Below header

ନେଟଓ୍ଵାର୍କ ଥାଇ ମଧ୍ୟ ମିଳୁନାହିଁ କି ୪G ସ୍ପିଡ୍‌, ତାହେଲେ ତୁରନ୍ତୁ କରନ୍ତୁ ଏପରି ସେଟିଙ୍ଗ୍‌

ଆଜିକାଲି ସମସ୍ତ ସ୍ମାର୍ଟଫୋନ ୪ଜି ସପୋର୍ଟର ଆସୁଛି, କିନ୍ତୁ ବହୁତ ଲୋକଙ୍କୁ ନେଟଓ୍ଵାର୍କ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ସହରରେ ତ ୪ଜି ନେଟଓ୍ଵାର୍କ ସ୍ଥିତି ଠିକ ଅଛି, କିନ୍ତୁ ଗାଁରେ ଏବେ ବି ସ୍ଥିତି ଖରାପ ରହୁଥିବା ଦେଖିବାକୁ ମିଳୁଛି। ତେବେ ନେଟଓ୍ଵାର୍କ ୩ଜି ଥାଉ କିମ୍ବା ୪ଜି, ଯଦି ଇଣ୍ଟରନେଟ ସ୍ପିଡ୍ ଅଛି ତାହେଲେ କୌଣସି ସମସ୍ୟା ନାହିଁ । କିନ୍ତୁ ଯଦି ୪ଜି ନେଟଓ୍ଵାର୍କରେ ସମସ୍ୟା ଆସେ ତାହେଲେ ବହୁତ ରାଗ ଆସିଥାଏ। କାହିଁକିନା ଅନେକ ସମୟରେ ଜରୁରୀ କାମ ବି ଏହି ନେଟଓ୍ଵାର୍କ କାରଣରୁ ଠପ୍ ହୋଇଯାଇଥାଏ । ଆପଣଙ୍କର ଏହି ସମସ୍ୟା ପାଇଁ ଆଜି ଆମେ ସମାଧାନର ବାଟ ନେଇ ଆସିଛୁ। ଯାହାଦ୍ୱାରା ଆପଣ ନିଜ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ୪ଜି ନେଟଓ୍ଵାର୍କର ସ୍ପିଡକୁ ବଢ଼ାଇ ପାରିବେ।

ଯଦି ଆପଣଙ୍କ ଅଞ୍ଚଳରେ କପଲ କେବଲ ବଦଳରେ ଫାଇବର କେବଲର ବ୍ୟବହାର ହେଉଛି । ତାହେଲେ ନେଟଓ୍ଵାର୍କ ଭଲ ରହିବ ଏବଂ ସ୍ପିଡ ବି ଚାଲିବ। ଜିଓର ସ୍ପିଡ ଏୟାରଟେଲ ମୁକାବିଲାରେ ଏହା ଭଲ ରହିଥାଏ।

ଏବେ ଜାଣନ୍ତୁ କେମିତି ବଢ଼ାଇବେ ସ୍ପିଡ

dtaa

-ଯଦି ଆପଣଙ୍କ ଇଣ୍ଟରନେଟ ସ୍ଲୋ ଚାଲୁଛି, ତାହେଲେ ସର୍ବପ୍ରଥମେ ଫୋନର ସେଟିଙ୍ଗକୁ ଚେକ କରନ୍ତୁ। ଫୋନର ସେଟିଙ୍ଗକୁ ଯାଇ ନେଟଓ୍ଵାର୍କ ସେଟିଙ୍ଗକୁ କ୍ଲିକ କରନ୍ତୁ । ଏହାପରେ ଆପଣ preferred type of networkକୁ 4G କିମ୍ବା LTE ସିଲେକ୍ଟ କରନ୍ତୁ।

-ଏହାବ୍ୟତୀତ ନେଟଓ୍ଵାର୍କ ସେଟିଙ୍ଗରେ Access Point Network (APN) ର ସେଟିଙ୍ଗକୁ ବି ଚେକ୍ କରନ୍ତୁ। କାହିଁକିନା ସ୍ପିଡ ପାଇଁ ସଠିକ APN ରହିବା ଜରୁରୀ। ଏପିଏନ ସେଟିଙ୍ଗର ମେନୁକୁ ଯାଇ ସେଟିଙ୍ଗକୁ ଡିଫଲ୍ଟ ରୂପରେ ସେଟ୍ କରନ୍ତୁ।

-ଏହାବ୍ୟତୀତ ଫୋନରେ ମହଜୁଦ ସୋସିଆଲ ମିଡିଆ ଉପରେ ନଜର ରଖନ୍ତୁ। ଫେସବୁକ, ଟ୍ଵିଟର ଏବଂ ଇନଷ୍ଟାଗ୍ରାମ ଭଳି ଆପ ସ୍ପିଡକୁ କମ୍ କରିଦେଇଥାଏ। ଏହାଦ୍ୱାରା ଡାଟା ବି ଅଧିକ ଖତମ୍ ହୋଇଥାଏ। ଏହି ସବୁ ଆପର ସେଟିଙ୍ଗକୁ ଯାଇ ଅଟୋ ପ୍ଲେ ଭିଡିଓକୁ ବନ୍ଦ କରିଦିଅନ୍ତୁ। ଏହାସହିତ ଫୋନରେ ବ୍ରାଉଜରକୁ ଡାଟା ସେଭ୍ ମୋଡରେ ସେଟ୍ କରନ୍ତୁ।

ଏହି ସବୁ ଉପାୟ ଦ୍ୱାରା ଆପଣଙ୍କ ୪ଜି ନେଟଓ୍ଵାକ ସ୍ଲୋ ଚାଲୁଥିଲେ ସ୍ପିଡ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.