Below header

ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ପାଇଁ ପ୍ରସ୍ତୁତ ବୈଠକ ଶେଷ, ସର୍ବ ସାଧାରଣରେ ବିତରଣ ହେବନି ଗଜଭୋଗ

କଟକ(କେ ନ୍ୟୁଜ): ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ପାଇଁ ପ୍ରସ୍ତୁତ ବୈଠକ ଶେଷ ହୋଇଛି । ମନ୍ଦିର ପରିସରରେ ସର୍ବସାଧାରଣଙ୍କ ପାଇଁ ଗଜଭୋଗ ବିତରଣ ମନା ହୋଇଥିବା ବେଳେ ସେବାୟତ ଓ ପୂଜକ ପରିବାରର ଦଶ ଜଣଙ୍କୁ ମହାପ୍ରଭୁଙ୍କ ରୀତିନୀତି କରିବା ପାଇଁ ଅନୁମତି ମିଳିଛି । ଚଳିତବର୍ଷ କରୋନା କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ମନ୍ଦିର ଚାରିପଟେ ଓ ମୁଖ୍ୟ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି । ଚଳିତ ବର୍ଷ ପଞ୍ଚକ ଛଅ ଦିନ ପଡ଼ୁଥିବା ବେଳେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହାପ୍ରଭୁଙ୍କ ସମସ୍ତ ନୀତୀକାନ୍ତି କରାଯିବ । ଧବଳେଶ୍ୱରଙ୍କ ପଞ୍ଚକରେ ବିଭିନ୍ନ ବେଶ ମଧ୍ୟ କରାଯିବା ସହିତ ଆଲୋକ ସଜା ହେବ ବୋଲି ଆଠଗଡ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.