ମନୋରଂଜନ

ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୁଣି ଶୋକର ଛାୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷୀୟା ମଡେଲ ସରସ୍ୱତୀଙ୍କ ମୃତଦେହ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ପୁଣି ଏକ ଦୁଃଖଦ ଖବର। ଏଠାରେ ଗତ ୩ ସପ୍ତାହ ମଧ୍ୟରେ ୩ ମଡେଲଙ୍କ ମୃତ୍ୟୁର ରହସ୍ୟ ଉପରୁ ଇତି ମଧ୍ୟରେ ପରଦା ଉଠି ନଥିବା ବେଳେ ଏବେ କୋଲକାତାରୁ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଷ୍ଟ୍ରଗଲିଂ ମଡେଲ ତଥା ମେକ୍‌ଅପ୍‌ ଆଟିଷ୍ଟ ସରସ୍ୱତୀ ଦାସଙ୍କ ଶବ ତାଙ୍କ ଘରେ ଫାଶୀରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ସରସ୍ୱତୀ ଦାସଙ୍କ ନିଧନ ପରଠାରୁ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ମଡେଲଙ୍କ ପରିବାର ଲୋକଙ୍କ ଅବସ୍ଥା ମଧ୍ୟ ଖରାପ ଅଛି। ସରସ୍ୱତୀଙ୍କ ପୂର୍ବରୁ ୩ ଜଣ ଅନ୍ୟ ମଡେଲଙ୍କ ମୃତ୍ୟୁ ଏବେ ମଧ୍ୟ ରହସ୍ୟ ଘେରରେ ରହିଛି।

ରିପୋର୍ଟ ମୁତାବକ, କୋଲକାତାର କସ୍‌ବା ଅଞ୍ଚଳ ସ୍ଥିତ ସରସ୍ୱତୀଙ୍କ ଘରେ ତାଙ୍କ ମୃତ ଦେହ ଫାଶୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇ ଦେଇଛି। ଏଥିସହ ମାମଲାର ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଲାଗୁଛି। କିନ୍ତୁ ପୋଲିସ ସବୁ ଆଙ୍ଗେଲରୁ ମାମଲାର ତଦନ୍ତ କରୁଛି। ପେସାରେ ମେକ୍‌ଅପ୍‌ ଆଟିଷ୍ଟ ସରସ୍ୱତୀ ନିଜ କ୍ୟାରିୟରକୁ ଆଗକୁ ବଢ଼ାଇବା ପାଇଁ ମଡେଲିଂରେ ଭାଗ୍ୟ ପରୀକ୍ଷା କରୁଥିଲେ।

ସୂଚନା ମୁତାବକ, ମେ ୨୯ରେ ସରସ୍ୱତୀଙ୍କ ମାଇଁ ଭାରତୀ ପୋଲିସକୁ ଫୋନ୍‌ କରି କହିଥିଲେ ଯେ ତାଙ୍କ ଭାଣିଜୀର ଶବ ଘରର ଫ୍ୟାନ୍‌ରେ ଝୁଲିଥିବା ଅବସ୍ଥାରେ ମିଳିଥିଲା। ଭାରତୀଙ୍କ ମୁତାବକ, ସରସ୍ୱତୀଙ୍କ ଶବକୁ ତାଙ୍କ ନାନା (ଅଜା) ଓହ୍ଲାଇଥିଲେ ଓ ସମ୍ପର୍କୀୟଙ୍କ ସାହାଯ୍ୟରେ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ପରିବାର ଲୋକଙ୍କ କହିବାନୁସାରେ, ସରସ୍ୱତୀ ନିଜ ନାନୀ (ଆଈ)ଙ୍କ ସହ ବେଡ୍‌ରୁମ୍‌କୁ ଶୋଇବାକୁ ଯାଇଥିଲେ। କିନ୍ତୁ ରାତି ପ୍ରାୟ ସାଢ଼େ ୧ ବେଳେ ନାନୀ ସରସ୍ୱତୀଙ୍କୁ ରୁମ୍‌ରେ ପାଇନଥିଲେ। ସେ ଅନ୍ୟ ଏକ ରୁମ୍‌ରେ ଦେଖିବା ବେଳକୁ ସରସ୍ୱତୀଙ୍କ ଶରୀର ଝୁଲିଥିବା ଦେଖିଥିଲେ। ସରସ୍ୱତୀ ଓଢ଼ଣୀରେ ଆତ୍ମହତ୍ୟା କରିଥିଲେ। ସେ ଗତ ୧୭ ବର୍ଷ ହେଲାଣି ମା’ ଆରତୀ ଦାସଙ୍କ ସହ ମାମୁଁ ଘରେ ରହି ଆସୁଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

Also Read: ସାପ୍ତାହିକ ରାଶିଫଳ : ଜାଣନ୍ତୁ ଏହି ସପ୍ତାହଟି କେମିତି କଟିବ

WCW 11

Recent Posts

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

17 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

24 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

51 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

1 hour ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

1 hour ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago