ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୁଣି ଶୋକର ଛାୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷୀୟା ମଡେଲ ସରସ୍ୱତୀଙ୍କ ମୃତଦେହ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ପୁଣି ଏକ ଦୁଃଖଦ ଖବର। ଏଠାରେ ଗତ ୩ ସପ୍ତାହ ମଧ୍ୟରେ ୩ ମଡେଲଙ୍କ ମୃତ୍ୟୁର ରହସ୍ୟ ଉପରୁ ଇତି ମଧ୍ୟରେ ପରଦା ଉଠି ନଥିବା ବେଳେ ଏବେ କୋଲକାତାରୁ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଷ୍ଟ୍ରଗଲିଂ ମଡେଲ ତଥା ମେକ୍ଅପ୍ ଆଟିଷ୍ଟ ସରସ୍ୱତୀ ଦାସଙ୍କ ଶବ ତାଙ୍କ ଘରେ ଫାଶୀରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ସରସ୍ୱତୀ ଦାସଙ୍କ ନିଧନ ପରଠାରୁ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ମଡେଲଙ୍କ ପରିବାର ଲୋକଙ୍କ ଅବସ୍ଥା ମଧ୍ୟ ଖରାପ ଅଛି। ସରସ୍ୱତୀଙ୍କ ପୂର୍ବରୁ ୩ ଜଣ ଅନ୍ୟ ମଡେଲଙ୍କ ମୃତ୍ୟୁ ଏବେ ମଧ୍ୟ ରହସ୍ୟ ଘେରରେ ରହିଛି।
ରିପୋର୍ଟ ମୁତାବକ, କୋଲକାତାର କସ୍ବା ଅଞ୍ଚଳ ସ୍ଥିତ ସରସ୍ୱତୀଙ୍କ ଘରେ ତାଙ୍କ ମୃତ ଦେହ ଫାଶୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇ ଦେଇଛି। ଏଥିସହ ମାମଲାର ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଲାଗୁଛି। କିନ୍ତୁ ପୋଲିସ ସବୁ ଆଙ୍ଗେଲରୁ ମାମଲାର ତଦନ୍ତ କରୁଛି। ପେସାରେ ମେକ୍ଅପ୍ ଆଟିଷ୍ଟ ସରସ୍ୱତୀ ନିଜ କ୍ୟାରିୟରକୁ ଆଗକୁ ବଢ଼ାଇବା ପାଇଁ ମଡେଲିଂରେ ଭାଗ୍ୟ ପରୀକ୍ଷା କରୁଥିଲେ।
B I G N E W S
কলকাতায় ফের উঠতি মডেলের দেহ উদ্ধার, কেন এমন ভয়াবহ সিদ্ধান্ত নিলেন সরস্বতি দাস ?#entertainment #SuicideCase #CrimeNews #IncidentalNews #ModelSaraswatiDas #tollywoodhttps://t.co/0opUgn2Z6Z
— Asianetnews Bangla (@AsianetNewsBN) May 30, 2022
ସୂଚନା ମୁତାବକ, ମେ ୨୯ରେ ସରସ୍ୱତୀଙ୍କ ମାଇଁ ଭାରତୀ ପୋଲିସକୁ ଫୋନ୍ କରି କହିଥିଲେ ଯେ ତାଙ୍କ ଭାଣିଜୀର ଶବ ଘରର ଫ୍ୟାନ୍ରେ ଝୁଲିଥିବା ଅବସ୍ଥାରେ ମିଳିଥିଲା। ଭାରତୀଙ୍କ ମୁତାବକ, ସରସ୍ୱତୀଙ୍କ ଶବକୁ ତାଙ୍କ ନାନା (ଅଜା) ଓହ୍ଲାଇଥିଲେ ଓ ସମ୍ପର୍କୀୟଙ୍କ ସାହାଯ୍ୟରେ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।
ପରିବାର ଲୋକଙ୍କ କହିବାନୁସାରେ, ସରସ୍ୱତୀ ନିଜ ନାନୀ (ଆଈ)ଙ୍କ ସହ ବେଡ୍ରୁମ୍କୁ ଶୋଇବାକୁ ଯାଇଥିଲେ। କିନ୍ତୁ ରାତି ପ୍ରାୟ ସାଢ଼େ ୧ ବେଳେ ନାନୀ ସରସ୍ୱତୀଙ୍କୁ ରୁମ୍ରେ ପାଇନଥିଲେ। ସେ ଅନ୍ୟ ଏକ ରୁମ୍ରେ ଦେଖିବା ବେଳକୁ ସରସ୍ୱତୀଙ୍କ ଶରୀର ଝୁଲିଥିବା ଦେଖିଥିଲେ। ସରସ୍ୱତୀ ଓଢ଼ଣୀରେ ଆତ୍ମହତ୍ୟା କରିଥିଲେ। ସେ ଗତ ୧୭ ବର୍ଷ ହେଲାଣି ମା’ ଆରତୀ ଦାସଙ୍କ ସହ ମାମୁଁ ଘରେ ରହି ଆସୁଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
Also Read: ସାପ୍ତାହିକ ରାଶିଫଳ : ଜାଣନ୍ତୁ ଏହି ସପ୍ତାହଟି କେମିତି କଟିବ