ମୁଣ୍ଡରେ ଉକୁଣୀ ହେଲେ ହୁଏ ମୁଣ୍ଡବ୍ୟଥା, ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଉକୁଣୀ ଏକ ପ୍ରକାର କୀଟ, ଯାହା ବ୍ୟକ୍ତିର ମୁଣ୍ଡରେ ନିଜର ଘର କରିନିଏ। କେଶ ମଳରେ ରହି କେବଳ ରକ୍ତ ଶୋଷିନିଏ, ତାହା ନୁହେଁ ବରଂ ମୁଣ୍ଡବ୍ୟଥା, କୁଣ୍ଡେଇ ହେବା ଏବଂ ତ୍ୱଚା ସଂକ୍ରମଣ ଭଳି ସମସ୍ୟା ଦେଖାଦିଏ। ଅନେକ ଥର ଲଜାର କାରଣ ମଧ୍ୟ ହୋଇଥାଏ। ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଯାଏ। ତେଣୁ ଜଣକ ଠାରୁ ଅନ୍ୟ ଜଣକ ପାଖକୁ ବହୁତ ସହଜରେ ଚାଲିଯାଏ। ଯଦି କୌଣସି ବ୍ୟକ୍ତି ବାରମ୍ବାର ମୁଣ୍ଡ କୁଣ୍ଡାଉଥାଏ, ତେବେ ସାବଧାନ ହୋଇଯାଆନ୍ତୁ, ତାଙ୍କ ପାଖରେ ବସନ୍ତୁ ନାହିଁ। କାରଣ ମୁଣ୍ଡରେ ଉକୁଣୀ ଯୋଗୁଁ ସେମାନେ ଏପରି କରିଥାନ୍ତି।

ଉକୁଣୀ ସମସ୍ୟା ଯୋଗୁଁ ଅନେକ ଯୁବତୀ ଅନ୍ୟ କାହାର ପୋଷାକ ବ୍ୟବହାର କିମ୍ବା ପାଖରେ ଶୁଆଇବାକୁ ମନା କରନ୍ତୁ। ଉକୁଣୀ ଯାହାର ମୁଣ୍ଡରେ ଥିବା ସେମାନଙ୍କ ପାଖରେ ବସିବା, ଟାଓ୍ଵାଲ ବ୍ୟବହାର କରିବା, ପାନିଆ ବ୍ୟବହାର କରିବା ଦ୍ୱାରା ମଧ୍ୟଆପଣଙ୍କୁ ମୁଣ୍ଡକୁ ଉକୁଣୀ ଚାଲିଯାଇଥାଏ। ତେଣୁ ଏପରି ଆଦୌ କରନ୍ତୁ ନାହିଁ।

ଉକୁଣୀ ହଟାଇବାର ଘରୋଇ ଉପାୟ :

ନିମ : ନିମ ତେଲ ବହୁତ ପ୍ରଭାବଶାଳୀ ହୋଇଥାଏ। ଏହା ବହୁତ କଟୁ ହୋଇଥିବାରୁ ଉକୁଣୀ ଅଧିକ ସମୟ ବଞ୍ଚିପାରନ୍ତି ନାହିଁ। ତେଣୁ ରାତିରେ ନିମ ତେଲ ଲଗାଇ ଶୋଇବା ଉଚିତ। ସକାଳୁ ଏହାକୁ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।

ପେଟ୍ରୋଲିୟମ ଜେଲି : ପେଟ୍ରୋଲିୟମ ଜେଲିର ବ୍ୟବହାର ସାଧାରଣ ଭାବେ ହାତ ଏବଂ ତ୍ୱଚା ପାଇଁ କରାଯାଏ। ଏହାକୁ କେଶରେ ବ୍ୟବହାର କଲେ ମଧ୍ୟ ଉକୁଣୀ ସମସ୍ୟାରୁ ମୁକ୍ତି ପାଇବେ।

ଲେମ୍ବୁ ଓ ରସୁଣ : ଉକୁଣୀକୁ ଦୂରେଇବା ପାଇଁ ଏକ ଭଲ ଉପାୟ ରହିଛି। ଲେମ୍ବୁ ରସରେ ରସୁଣ ଏବଂ ବାଦାମ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହାକୁ ମୁଣ୍ଡରେ ଘଣ୍ଟାଏ ଲଗାଇ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।

lemon

ଭିନେଗାର ଓ ସିରକା : ମୁଣ୍ଡରେ ଆପଲ ସାଇଡର ଭିନେଗାରକୁ ବ୍ୟବହାର କରିପାରିବେ। ଏହି ଉପାୟ ଦ୍ୱାରା ମୁଣ୍ଡରୁ ଉକୁଣୀ ଗାଏବ ହୋଇଯିବ।

ଅଲିଭ ତେଲ: ଅଲିଭ ଅଏଲ ଲଗାଇବା ଦ୍ୱାରା ଉକୁଣୀ ଅଣନିଶ୍ୱାସୀ ହୋଇପଡନ୍ତି। ତେଣୁ ମରିଯାଆନ୍ତି।

ଟି ଟ୍ରି ଅଏଲ୍‌ : ଟି ଟ୍ରି ଅଏଲରେ ଆଣ୍ଟିମାଇକ୍ରୋବିଏଲ ଗୁଣ ରହିଥାଏ ଯାହା ପାଇଁ ଉକୁଣୀ ମରିଯାଆନ୍ତି।

ପିଆଜ ରସ : ପିଆଜ ରସ କାଢି ୩ ରୁ ୪ ଘଣ୍ଟା ପାଇଁ ମୁଣ୍ଡରେ ଲଗାଇଦିଅନ୍ତୁ। ଏହା ପରେ ଶାମ୍ପୁ ଲଗାଇ ମୁଣ୍ଡ ସଫା କରିଦିଅନ୍ତୁ।

ବେକିଂ ସୋଡା : ବେକିଂ ସୋଡାକୁ କଣ୍ଡିସନର ସହିତ ଲଗାଇଦିଅନ୍ତୁ। ତିନି ଭାଗ କଣ୍ଡିସନରେ ଏକ ଭାଗ ବେକିଂ ସୋଡା ମିଶାଇ ମୁଣ୍ଡରେ ଲଗାନ୍ତୁ। ଉକୁଣୀ ସବୁ ମରିଯିବେ।

You might also like