ପଶ୍ଚିମ ଓଡ଼ିଶାକୁ ଫେରିଲା ତାତି, ଜଳୁଛି ବଲାଙ୍ଗୀର ଓ ଟିଟିଲାଗଡ଼

କେନ୍ୟୁଜ୍(ବ୍ୟୁରୋ): ତାତିରୁ ମିଳୁନି ନିସ୍ତାର। ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତକାଲି ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୩ ଡିଗ୍ରୀ ଉପରେ ରହିଥିଲା ୮ ସହର। ଜଳୁଛି ବଲାଙ୍ଗୀର ଓ ଟିଟିଲାଗଡ଼। ୪୪ ଡିଗ୍ରୀ ସହିତ ସୋନପୁର ହୋଇଥିଲା ସବୁଠୁ ଉତ୍ତପ୍ତ।

ଉପକୂଳ ଓଡ଼ିଶାରେ ତାତି ନବଢିଲେ ବି ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକ। ଓଡ଼ିଶା ଉପରେ କୌଣସି ସିଷ୍ଟମ ବା ଘୂର୍ଣ୍ଣିବଳୟ ନଥିବାରୁ ଏପରି ସ୍ଥିତି ଲାଗି ରହିବ। କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ କେରଳ ଛୁଇଁସାରିଛି ମୌସୁମୀ। ଓଡ଼ିଶାରେ କେବେ ପହଞ୍ଚିବ ତାକୁ ଅପେକ୍ଷା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.