ମନୋରଂଜନ

ପାୟଲ ଘୋଷ କେସ୍‌: ଅନୁରାଗ କଶ୍ୟପ ଦେଲେ ନିର୍ଦ୍ଦୋଷର ପ୍ରମାଣ, କହିଲେ ‘ଅଗଷ୍ଟରେ ଶ୍ରୀଲଙ୍କାରେ ଥିଲି’

ଅଭିନେତ୍ରୀ ପାୟଲ ଘୋଷ ଲଗାଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ। ନିକଟରେ ଯୌନ ଉତ୍ପୀଡ଼ନ ଦେଇ ଅନୁରାଗ କଶ୍ୟପଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ପାୟଲ ଘୋଷ। ଏହି ମାମଲାରେ ଅକ୍ଟୋବର ୧ ତାରିଖ ଦିନ ପୋଲିସ ଅନୁରାଗଙ୍କୁ ପଚରାଉଚରା ପାଇଁ ଥାନାକୁ ଡାକିଥିଲା। ଥାନାରେ ଅନୁରାଗ କହିଛନ୍ତି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ ଓ ଭିତ୍ତିହୀନ।

ଅନୁରାଗ କହିଛନ୍ତି ଅଗଷ୍ଟ ୨୦୧୩ରେ ସେ ଏକ ସୁଟିଂ ପାଇଁ ଶ୍ରୀ ଲଙ୍କାରେ ଥିଲେ। ଏଣୁ ସେ ସେଦିନ ପାୟଲଙ୍କୁ ଭେଟି ହିଁ ନାହାନ୍ତି। ପଚରାଉଚରା ବେଳେ ଅନୁରାଗଙ୍କ ଓକିଲ ପ୍ରିୟଙ୍କା ଖିମାନୀ କହିଛନ୍ତି ଅନୁରାଗଙ୍କ ବିରୋଧରେ ରୁଜୁ ହୋଇଥିବା ସବୁ ମାମଲା ମିଛ। ସେ ଶ୍ରୀଲଙ୍କାରେ ଥିବା ସମସ୍ତ କାଗଜପତ୍ର ମଧ୍ୟ ପ୍ରିୟଙ୍କା ପୋଲିସକୁ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ ବର୍ସୋବା ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଥିଲେ। ସେ ଅଭିଯୋଗରେ କହିଥିଲେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ଏହା ପରେ ପୋଲିସ ଅନୁରାଗଙ୍କୁ ସମନ ପଠାଇଥିଲା।

WCW 11

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

3 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

35 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

38 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

44 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

53 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

53 mins ago