ପାୟଲ ଘୋଷ କେସ୍: ଅନୁରାଗ କଶ୍ୟପ ଦେଲେ ନିର୍ଦ୍ଦୋଷର ପ୍ରମାଣ, କହିଲେ ‘ଅଗଷ୍ଟରେ ଶ୍ରୀଲଙ୍କାରେ ଥିଲି’

ଅଭିନେତ୍ରୀ ପାୟଲ ଘୋଷ ଲଗାଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ। ନିକଟରେ ଯୌନ ଉତ୍ପୀଡ଼ନ ଦେଇ ଅନୁରାଗ କଶ୍ୟପଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ପାୟଲ ଘୋଷ। ଏହି ମାମଲାରେ ଅକ୍ଟୋବର ୧ ତାରିଖ ଦିନ ପୋଲିସ ଅନୁରାଗଙ୍କୁ ପଚରାଉଚରା ପାଇଁ ଥାନାକୁ ଡାକିଥିଲା। ଥାନାରେ ଅନୁରାଗ କହିଛନ୍ତି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ ଓ ଭିତ୍ତିହୀନ।
ଅନୁରାଗ କହିଛନ୍ତି ଅଗଷ୍ଟ ୨୦୧୩ରେ ସେ ଏକ ସୁଟିଂ ପାଇଁ ଶ୍ରୀ ଲଙ୍କାରେ ଥିଲେ। ଏଣୁ ସେ ସେଦିନ ପାୟଲଙ୍କୁ ଭେଟି ହିଁ ନାହାନ୍ତି। ପଚରାଉଚରା ବେଳେ ଅନୁରାଗଙ୍କ ଓକିଲ ପ୍ରିୟଙ୍କା ଖିମାନୀ କହିଛନ୍ତି ଅନୁରାଗଙ୍କ ବିରୋଧରେ ରୁଜୁ ହୋଇଥିବା ସବୁ ମାମଲା ମିଛ। ସେ ଶ୍ରୀଲଙ୍କାରେ ଥିବା ସମସ୍ତ କାଗଜପତ୍ର ମଧ୍ୟ ପ୍ରିୟଙ୍କା ପୋଲିସକୁ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ ବର୍ସୋବା ପୋଲିସ ଷ୍ଟେସନ୍ରେ ମାମଲା ରୁଜୁ କରିଥିଲେ। ସେ ଅଭିଯୋଗରେ କହିଥିଲେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ଏହା ପରେ ପୋଲିସ ଅନୁରାଗଙ୍କୁ ସମନ ପଠାଇଥିଲା।