Categories: ମନୋରଂଜନ

ଅଚିହ୍ନା ଲୋକଙ୍କ ସହିତ ବସି ଚା ପିଇଲେ ବିରାଟ ଓ ଅନୁଷ୍କା, ପଡୋଶୀ ବି ଜାଣିପାରିଲେନି

ବାଂଲାଦେଶ ସହିତ ହେଉଥିବା ମ୍ୟାଚରେ ବିରାଟ କୋହଲୀ ଖେଳୁ ନାହାନ୍ତି। ୫ ନଭେମ୍ବରରେ ସେ ନିଜର ଜନ୍ମଦିନ ସେଲିବ୍ରେଟ କରିବା ପାଇଁ ଅନୁଷ୍କାଙ୍କ ସହିତ ଭୁଟାନରେ ପହଁଚିଛନ୍ତି। ଏହି ସମୟର ଫଟୋ ଅନୁଷ୍କା ଦୁହିଁଙ୍କର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

ଫଟୋ ସେୟାର କରି ଅନୁଷ୍କା କ୍ୟାପସନରେ ଲେଖିଛନ୍ତି,‘ଆମେ ଯାଉଥିବାବେଳେ ଏକ ଛୋଟ ଗାଁରେ ଏକ ପଶୁ ଶାବକକୁ ଖାଇବା ଦେବା ପାଇଁ ଅଟକିଲୁ ଯାହାର ଏବେ ମାତ୍ର ୪ ମାସ ହୋଇଛି। ସେହିଁ ଗାଁର ଏକ ଘରର ସଦସ୍ୟ ଆମକୁ ପଚାରିଲେ ଥକିଗଲଣି କି ଏବଂ ଚା ପିଇବ କି? ଏଥିପାଇଁ ଆମେ ଦୁହେଁ ସେହି ସୁନ୍ଦର ଘରକୁ ପ୍ରବେଶ କଲୁ ଏବଂ ସବୁଠାରୁ ଆଶ୍ଚଯ୍ୟର୍ର କଥା ହେଉଛି ଏମାନଙ୍କୁ ଆଦୌ ବି ଜଣାନଥିଲା ଆମେ କିଏ। ଏହା ସତ୍ତ୍ୱେ ମଧ୍ୟ ସେ ଆମକୁ ବହୁତ ସ୍ନେହରେ ଘରକୁ ସ୍ୱାଗତ କଲେ।

ଅନୁଷ୍କା ଆଗକୁ ଲେଖିଲେ ଯେ, ‘ଆମେ ତାଙ୍କ ସହିତ ବସି ଚା ପିଇଲୁ ଏବଂ କିଛି ସମୟ ସେମାନଙ୍କ ସହିତ ବିତାଇଲୁ କିନ୍ତୁ ସେ ପୂରା ସମୟ ଆମ ଦୁହିଁଙ୍କୁ ଥକି ଯାଇଥିବା ଟ୍ରାକର୍ସ ବୋଲି ଭାବୁଥିଲେ।’ ଅନୁଷ୍କା ସେୟାର କରିଥିବା ଫଟୋରେ ବିରାଟ ଏବଂ ଅନୁଷ୍କା ସାଥିରେ ଟ୍ରାକିଙ୍ଗ୍‌ କରୁଥିବାର ମଧ୍ୟ ନଜର ଆସିଲେ। ଏଥିରେ ଦୁହେଁ ଚାର୍ମିଂ କପଡା ପିନ୍ଧି ବହୁତ ସ୍ମାର୍ଟ ମଧ୍ୟ ଦେଖାଯାଇଥିଲେ। ବିରାଟ ହ୍ୱାଇଟ ଟିସାର୍ଟ ଏବଂ ଅନୁଷ୍କା ଗ୍ରେ କଲରର ଫୁଲ ସ୍ଲିଭସ୍‌ ଟିସାର୍ଟ ପିନ୍ଧିଥିବାର ନଜର ଆସିଥିଲେ।

ଏହାସହ ପଢନ୍ତୁ : ଜାଣନ୍ତୁ କାହିଁକି ନିଜ ଝିଅକୁ ସାଙ୍ଗରେ ଧରି ଝୁମ୍ପୁଡି ଘରକୁ ଗଲେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର

ଏହା ପରେ ବିରାଟ କୋହଲୀଙ୍କ ଫ୍ୟାନ କ୍ଲବ ପେଜରୁ ଏହି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ବିରାଟ ଏବଂ ଅନୁଷ୍କାଙ୍କୁ ଭୂଟାନର ସ୍ଥାନୀୟ ଲୋକ ସ୍ୱାଗତ କରିଛନ୍ତି। ଫଟୋରେ ବିରାଟ ଜଣେ ବ୍ୟକ୍ତିଙ୍କ ସହିତ ହାତ ମିଶାଉଥିବାର ଦେଖିବାକୁ ମିଳୁଛି। ଏଥିରେ ଅନୁଷ୍କା ପାଖରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

4 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

6 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

7 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

7 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

8 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

9 hours ago