ଅଚିହ୍ନା ଲୋକଙ୍କ ସହିତ ବସି ଚା ପିଇଲେ ବିରାଟ ଓ ଅନୁଷ୍କା, ପଡୋଶୀ ବି ଜାଣିପାରିଲେନି

ବାଂଲାଦେଶ ସହିତ ହେଉଥିବା ମ୍ୟାଚରେ ବିରାଟ କୋହଲୀ ଖେଳୁ ନାହାନ୍ତି। ୫ ନଭେମ୍ବରରେ ସେ ନିଜର ଜନ୍ମଦିନ ସେଲିବ୍ରେଟ କରିବା ପାଇଁ ଅନୁଷ୍କାଙ୍କ ସହିତ ଭୁଟାନରେ ପହଁଚିଛନ୍ତି। ଏହି ସମୟର ଫଟୋ ଅନୁଷ୍କା ଦୁହିଁଙ୍କର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

ଫଟୋ ସେୟାର କରି ଅନୁଷ୍କା କ୍ୟାପସନରେ ଲେଖିଛନ୍ତି,‘ଆମେ ଯାଉଥିବାବେଳେ ଏକ ଛୋଟ ଗାଁରେ ଏକ ପଶୁ ଶାବକକୁ ଖାଇବା ଦେବା ପାଇଁ ଅଟକିଲୁ ଯାହାର ଏବେ ମାତ୍ର ୪ ମାସ ହୋଇଛି। ସେହିଁ ଗାଁର ଏକ ଘରର ସଦସ୍ୟ ଆମକୁ ପଚାରିଲେ ଥକିଗଲଣି କି ଏବଂ ଚା ପିଇବ କି? ଏଥିପାଇଁ ଆମେ ଦୁହେଁ ସେହି ସୁନ୍ଦର ଘରକୁ ପ୍ରବେଶ କଲୁ ଏବଂ ସବୁଠାରୁ ଆଶ୍ଚଯ୍ୟର୍ର କଥା ହେଉଛି ଏମାନଙ୍କୁ ଆଦୌ ବି ଜଣାନଥିଲା ଆମେ କିଏ। ଏହା ସତ୍ତ୍ୱେ ମଧ୍ୟ ସେ ଆମକୁ ବହୁତ ସ୍ନେହରେ ଘରକୁ ସ୍ୱାଗତ କଲେ।

viratଅନୁଷ୍କା ଆଗକୁ ଲେଖିଲେ ଯେ, ‘ଆମେ ତାଙ୍କ ସହିତ ବସି ଚା ପିଇଲୁ ଏବଂ କିଛି ସମୟ ସେମାନଙ୍କ ସହିତ ବିତାଇଲୁ କିନ୍ତୁ ସେ ପୂରା ସମୟ ଆମ ଦୁହିଁଙ୍କୁ ଥକି ଯାଇଥିବା ଟ୍ରାକର୍ସ ବୋଲି ଭାବୁଥିଲେ।’ ଅନୁଷ୍କା ସେୟାର କରିଥିବା ଫଟୋରେ ବିରାଟ ଏବଂ ଅନୁଷ୍କା ସାଥିରେ ଟ୍ରାକିଙ୍ଗ୍‌ କରୁଥିବାର ମଧ୍ୟ ନଜର ଆସିଲେ। ଏଥିରେ ଦୁହେଁ ଚାର୍ମିଂ କପଡା ପିନ୍ଧି ବହୁତ ସ୍ମାର୍ଟ ମଧ୍ୟ ଦେଖାଯାଇଥିଲେ। ବିରାଟ ହ୍ୱାଇଟ ଟିସାର୍ଟ ଏବଂ ଅନୁଷ୍କା ଗ୍ରେ କଲରର ଫୁଲ ସ୍ଲିଭସ୍‌ ଟିସାର୍ଟ ପିନ୍ଧିଥିବାର ନଜର ଆସିଥିଲେ।

ଏହାସହ ପଢନ୍ତୁ : ଜାଣନ୍ତୁ କାହିଁକି ନିଜ ଝିଅକୁ ସାଙ୍ଗରେ ଧରି ଝୁମ୍ପୁଡି ଘରକୁ ଗଲେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର

ଏହା ପରେ ବିରାଟ କୋହଲୀଙ୍କ ଫ୍ୟାନ କ୍ଲବ ପେଜରୁ ଏହି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ବିରାଟ ଏବଂ ଅନୁଷ୍କାଙ୍କୁ ଭୂଟାନର ସ୍ଥାନୀୟ ଲୋକ ସ୍ୱାଗତ କରିଛନ୍ତି। ଫଟୋରେ ବିରାଟ ଜଣେ ବ୍ୟକ୍ତିଙ୍କ ସହିତ ହାତ ମିଶାଉଥିବାର ଦେଖିବାକୁ ମିଳୁଛି। ଏଥିରେ ଅନୁଷ୍କା ପାଖରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.