ମନୋରଂଜନ

କୋହଲିଙ୍କ ପରେ ପଡ଼ିଆକୁ ଓହ୍ଲାଇଲେ ପତ୍ନୀ ଅନୁଷ୍କା ଶର୍ମା, ଝୁଲନ୍‌ ଗୋସ୍ୱାମୀ ଭାବେ କଲେ ଦମ୍‌ଦାର ଏଣ୍ଟ୍ରି

ବଲିଉଡ୍‌ର ଚୁଲବୁଲି ନାୟିକା ଅନୁଷ୍କା ଶର୍ମା ଏବେ ଓଟିଟିରେ କରିବାକୁ ଯାଉଛନ୍ତି ଏଣ୍ଟ୍ରି। ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଧୁମ୍‌ ମଚାଇବାକୁ ପ୍ରସ୍ତୁତ ହେଉଛନ୍ତି ଅନୁଷ୍କା। ଗତ କିଛି ବର୍ଷ ହେଲା ପରଦା ଠାରୁ ଦୂରରେ ଥିବା ଅନୁଷ୍କା ଏବେ ପୁଣିଥରେ କମ୍‌ ବ୍ୟାକ୍‌ କରିବାକୁ ଯାଉଛନ୍ତି। ସେ ନିଜର ଏହି ଦ୍ୱିତୀୟ ଇଂନିସ୍‌ର ପ୍ରଥମ ଫିଲ୍ମର ଝଲକ ମଧ୍ୟ ସେୟାର କରିଛନ୍ତି।

ପ୍ରକାଶ ଯେ ଦୀର୍ଘ ଦିନର ବ୍ରେକ୍‌ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ପରଦାକୁ ଫେରୁଛନ୍ତି। ଅନୁଷ୍କା ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଚକଦା ଏକ୍ସପ୍ରେସ୍‌’ର ସୁଟିଂ ଆରମ୍ଭ କରିଛନ୍ତି। ଏ ନେଇ ଅନୁଷ୍କା ଶର୍ମା ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏଥିସହ ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ସେ ଫ୍ୟାନ୍‌ଙ୍କ ସହ ସେୟାର କରିଛନ୍ତି। ପାଖାପାଖି ୩ ବର୍ଷ ପରେ ଫିଲ୍ମ ଜଗତକୁ ଫେରୁଛନ୍ତି ଅନୁଷ୍କା। ଫିଲ୍ମ ‘ଚକଦା ଏକ୍ସପ୍ରେସ’ରେ ଅନୁଷ୍କା ଶର୍ମା ପ୍ରଥମ ଥର ପାଇଁ କ୍ରିକେଟର ଭୂମିକାରେ ନଜର ଆସିବେ। ଫିଲ୍ମରେ ଅନୁଷ୍କା ପୂର୍ବ କ୍ରିକେଟର ଝୁଲନ୍‌ ଗୋସ୍ୱାମୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ଫିଲ୍ମ:

ଅନୁଷ୍କା ଶର୍ମାଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ। ଫିଲ୍ମର ପ୍ରୋମୋରେ ଅନୁଷ୍କା କ୍ରିକେଟର ଝୁଲନ୍‌ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିଛନ୍ତି। ଏଥିରେ ସେ ବଙ୍ଗାଳୀ ଭାଷାରେ ଏକ ଡାଇଲଗ୍‌ କହୁଛନ୍ତି- ‘ଜବ ଜର୍ସି ଖୁଦ୍‌ କେ ନାମ୍‌ କା ନେହିଁ ତୋ ଫ୍ୟାନ୍‌ କିସକେ ନାମ୍‌ କୋ ଫଲୋ କରେଗା, କିନ୍ତୁ ଚିନ୍ତା କରୋନା, ଆଜ ଜର୍ସି ପେ ଅପନା ନାମ ବନା ଲିୟା ଔର କଲ ଅପନା ପେହଚାନ୍‌ ଭି ବନା ଲେଗା’।

ସୋସିଆଲ ମିଡିଆରେ ଫିଲ୍ମର ଟିଜର ସେୟାର କରି ଅନୁଷ୍କା ଶର୍ମା ଫ୍ୟାନ୍‌ଙ୍କୁ ଫିଲ୍ମର ରିଲିଜ୍‌ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଚକଦା ଏକ୍ସପ୍ରେସ ଓଟିଟି ପ୍ଳାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍‌ ହେବ ବୋଲି ସ୍ପଷ୍ଟ କରିଛନ୍ତି ଅନୁଷ୍କା। କିନ୍ତୁ ଏହି ଫିଲ୍ମ କେବେ ରିଲିଜ୍‌ ହେବ ସେ ଏନେଇ ଏବେ ଯାଏଁ କୌଣସି ସୂଚନା ଦେଇ ନାହାନ୍ତି।

ସୂଚନାଯୋଗ୍ୟ ଯେ ଝୁଲନ୍‌ ଗୋସ୍ୱାମୀ ମହିଳା ଦିନିକିଆ କ୍ରିକେଟ୍‌ ଇତିହାସରେ ସବୁଠୁ ଅଧିକ ଓ୍ଵିକେଟ୍‌ ନେଇଥିବା ବୋଲର ଏବଂ ସାରା ବିଶ୍ୱରେ ଦ୍ୱିତୀୟ ସ୍ପିଡ୍‌ ବୋଲର। ତାଙ୍କ ଆତ୍ମ ଜୀବନୀକୁ ଅନୁଷ୍କା ଶର୍ମା ପରଦାରେ ଉପସ୍ଥାପନ କରିବେ।

WCW 11

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

3 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

7 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

40 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

42 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago