ଲାଇଫ୍ ଷ୍ଟାଇଲ୍

ମଇଳା ଏବଂ କଳା ପଡିଯାଇଥିବା ଚା ଛଣାକୁ ଏପରି କରନ୍ତୁ ସଫା, ନୂଆ ଭଳି ମାରିବ ଚକଚକ୍‌

ସମସ୍ତଙ୍କ ଘରେ ପ୍ରାୟ ସବୁଦିନ ଚା ହୋଇଥାଏ। ଆଉ ଚା ଛଣା ସମସ୍ତଙ୍କ ଘରେ ବ୍ୟବହାର କରାଯାଏ। ପ୍ରତିଦିନ ସକାଳୁ ଉଠିଲେ ଲୋକେ ଚା ପିଇଥାନ୍ତି। ଅଧିକାଂଶ ଲୋକଙ୍କ ଘରେ ଚା ବିନା ଲୋକଙ୍କର ସକାଳ ଆରମ୍ଭ ହୋଇନଥାଏ। ଚା ବନାଇବା ପରେ ଚା ଛଣାରେ ଚାକୁ ଛଙ୍କାଯାଇଥାଏ। ପ୍ରତ୍ୟେକ ଦିନ ଚା ଛଣାକୁ ବ୍ୟବହାର କରିବା ଦ୍ୱାରା ତାହା ଖରାପ ହୋଇଯାଏ। କାହିଁକିନା କିଛି ଲୋକଙ୍କ ଘରେ ବାରମ୍ବାର ଚା ହୋଇଥାଏ ତେଣୁ ଏହାକୁ ସଫା ନ କରି ସେମିତି ବ୍ୟବହାର କରାଯାଏ। ଯାହାଦ୍ୱାରା ଚା ଛଣା ଖରାପ ହୋଇଯାଇଥାଏ। ଆଉ ଏହାକୁ ସଫା କରିବାକୁ ବହୁତ କଷ୍ଟ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ସହଜ ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣ ଅତି ସହଜରେ ଚା ଛଣାକୁ ସଫା କରିପାରିବେ। ଏହି ଟିପ୍ସକୁ ଆପଣେଇ ଆପଣ ନିଜ ଛଣାକୁ ମିନିଟ ମଧ୍ୟରେ ସଫା କରିପାରିବ। ତେବେ ଆସନ୍ତୁ ଜାଣିବା ସଫା କରିବାର ତରିକର ବିଷୟରେ।

ଯଦି ଆପଣ ଷ୍ଟିଲ ଛଣାର ବ୍ୟବହାର କରୁଛନ୍ତି ତାହେଲେ ଏହାକୁ ସଫା କରିବା ପାଇଁ ଏହାକୁ ଗ୍ୟାସର ବର୍ଣ୍ଣର ଉପରେ ବର୍ନ କରନ୍ତୁ। ଏପରି କରିବା ଦ୍ୱାରା ମଇଳା ଜଲଦି ସଫା ହୋଇଯାଇଥାଏ। ଏହାପରେ କୌଣସି ଏକ ପୁରୁଣା ବ୍ରସ୍‌ ନେଇ ଡିସ ଓ୍ଵାସ୍‌ ଲଗାଇ ଛଣାକୁ ସଫା କରିଦିଅନ୍ତୁ। ଏମିତି କଲେ ଆପଣଙ୍କ ଚା ଛଣା ଜଲଦି ସଫା ହୋଇଯିବ।

ଯଦି ଆପଣ ପ୍ଲାଷ୍ଟିକ ଛଣାର ବ୍ୟବହାର କରୁଛନ୍ତି ତାହେଲେ ଏହାକୁ ସଫା କରିବା ପାଇଁ ଗାଧୋଇବା ସାବୁନର ବ୍ୟବହାର କରନ୍ତୁ। ଏଥିପାଇଁ ୧୫ ମିନିଟ ପାଇଁ ସାବୁନ ଲଗାଇ ଦିଅନ୍ତୁ। ଏହାପରେ ବ୍ରସ୍‌ ସାହାଯ୍ୟରେ ଏହାକୁ ରଗଡି ରଗଡି ସଫା କରନ୍ତୁ। ଯଦି ଚା ଛଣା ଅଧିକ ଖରାପ ହୋଇଯାଇଛି ତାହେଲେ ସାବୁନକୁ ରାତି ସାରା ଲଗାଇ ରଖନ୍ତୁ। ଏହାପରେ ସକାଳୁ ଏହାକୁ ସଫା କରନ୍ତୁ। ଏହିପରି ଭାବେ ଚା ଛଣାକୁ ସପ୍ତାହରେ ଥରେ କିମ୍ବା ମାସରେ ଥରେ ସଫା କରନ୍ତୁ।

ଆପଣ ଷ୍ଟିଲ ଛଣା ଏବଂ ପ୍ଲାଷ୍ଟିକ ଛଣାକୁ ସଫା କରିବା ପାଇଁ ବେକିଙ୍ଗ ପାଉଡରର ବ୍ୟବହାର କରିପାରିବେ। ଏଥିପାଇଁ ଏକ ଷ୍ଟିଲ ଏବଂ ଏକ କାଚ ପାତ୍ର ନିଅନ୍ତୁ। ଏହାପରେ ଏଥିରେ ଦୁଇ ଚାମଚ ବେକିଙ୍ଗ ପାଉଡର ପକାନ୍ତୁ ଏବଂ ଏଥିରେ ଏକ ଚାମଚ୍‌ ପାଣି ମିଶାଇ ଏହାର ଏକ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ କୌଣସି ଏକ ପୁରୁଣା ଟୁଥବ୍ରସରେ ଏହି ପେଷ୍ଟକୁ ଚା ଛଣାରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏମିତି କରିବା ଦ୍ୱାରା ଦାଗ ଏବଂ ମଇଳା ସଫା ହୋଇଯିବ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago