ମୁମ୍ବାଇ : ବଲିଉଡ ଅଭିନେତା ଅର୍ସଦ ଓ୍ଵାରସି ନିଜର ଏକ ପୁରୁଣା ଟ୍ଵିଟକୁ ନେଇ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଅର୍ସଦ ୨୦୧୫ ମସିହାରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ଜଣେ ନାଗା ସାଧୁଙ୍କ ନିକଟରୁ ଆଶୀର୍ବାଦ ନେଉଥିବା ନଜର ଆସିଥିଲେ। ଏହି ଫଟୋରେ ଅଭିନେତା ଏକ ଆପତ୍ତିଜନକ କ୍ୟାପସନ ଦେଇଥିଲେ। ଯାହାପରେ ପ୍ରଶଂସକ ତାଙ୍କୁ ଖୁବ ଖରାପ କଥା ଶୁଣାଇଥିଲେ। କିନ୍ତୁ ଏବେ ଅଭିନେତାଙ୍କୁ ତାଙ୍କ ଭୁଲ ବୁଝାପଡିଛି। ଯାହାକୁ ନେଇ ସେ ଏକ ଟ୍ଵିଟ ଜରିଆରେ କ୍ଷମା ମାଗିଛନ୍ତି।
ଅର୍ସଦ ଲେଖିଛନ୍ତି, “ମୁଁ କାହାକୁ ମଧ୍ୟ ଦୁଃଖ ପହଞ୍ଚାଇବାକୁ ଟ୍ଵିଟ କରିନଥିଲି। ଯଦି ମୋ ଟ୍ଵିଟ କାହାକୁ ଖରାପ ଲାଗିଛି ତେବେ ମତେ କ୍ଷମା କରିବେ। ଆଗକୁ ଏପରି ଭୁଲ କେବେ ମଧ୍ୟ ହେବ ନାହିଁ” ।
ଏବେ ଅଭିନେତା ଅର୍ସଦ ଓ୍ଵାରସି ତାଙ୍କର ଆଗାମୀ ଫିଲ୍ମ ‘ମୁନାଭାଇ-୩’ ଏବଂ ‘ଗୋଲମାଲ -୫’ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଦୁଇ ଫିଲ୍ମର ରିଲିଜ୍ ଡେଟ ନେଇ କୌଣସି ସୂଚନା ମିଳିନାହିଁ।
ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…