ଚାରି ବର୍ଷ ପୁରୁଣା ଟ୍ଵିଟ ପାଇଁ ଏବେ କ୍ଷମା ମାଗିଲେ ଅର୍ସଦ ଓ୍ଵାରସି, ଜାଣନ୍ତୁ କାହିଁକି

ମୁମ୍ବାଇ : ବଲିଉଡ ଅଭିନେତା ଅର୍ସଦ ଓ୍ଵାରସି ନିଜର ଏକ ପୁରୁଣା ଟ୍ଵିଟକୁ ନେଇ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଅର୍ସଦ ୨୦୧୫ ମସିହାରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ଜଣେ ନାଗା ସାଧୁଙ୍କ ନିକଟରୁ ଆଶୀର୍ବାଦ ନେଉଥିବା ନଜର ଆସିଥିଲେ। ଏହି ଫଟୋରେ ଅଭିନେତା ଏକ ଆପତ୍ତିଜନକ କ୍ୟାପସନ ଦେଇଥିଲେ। ଯାହାପରେ ପ୍ରଶଂସକ ତାଙ୍କୁ ଖୁବ ଖରାପ କଥା ଶୁଣାଇଥିଲେ। କିନ୍ତୁ ଏବେ ଅଭିନେତାଙ୍କୁ ତାଙ୍କ ଭୁଲ ବୁଝାପଡିଛି। ଯାହାକୁ ନେଇ ସେ ଏକ ଟ୍ଵିଟ ଜରିଆରେ କ୍ଷମା ମାଗିଛନ୍ତି।

ଅର୍ସଦ ଲେଖିଛନ୍ତି, “ମୁଁ କାହାକୁ ମଧ୍ୟ ଦୁଃଖ ପହଞ୍ଚାଇବାକୁ ଟ୍ଵିଟ କରିନଥିଲି। ଯଦି ମୋ ଟ୍ଵିଟ କାହାକୁ ଖରାପ ଲାଗିଛି ତେବେ ମତେ କ୍ଷମା କରିବେ। ଆଗକୁ ଏପରି ଭୁଲ କେବେ ମଧ୍ୟ ହେବ ନାହିଁ” ।


ଏବେ ଅଭିନେତା ଅର୍ସଦ ଓ୍ଵାରସି ତାଙ୍କର ଆଗାମୀ ଫିଲ୍ମ ‘ମୁନାଭାଇ-୩’ ଏବଂ ‘ଗୋଲମାଲ -୫’ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଦୁଇ ଫିଲ୍ମର ରିଲିଜ୍‌ ଡେଟ ନେଇ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.