ମୋଦିଙ୍କ ଗଡ଼ରେ ପ୍ରିୟଙ୍କା, ଗୁଜରାଟରୁ ନିର୍ବାଚନୀ ଅଭିଯାନ ଆରମ୍ଭ କରୁଛି କଂଗ୍ରେସ

ଅହମଦବାଦ : ଆଜି ମାର୍ଚ୍ଚ ୧୨ ତାରିଖ । ଦାଣ୍ଡି ସତ୍ୟାଗ୍ରହ ବା ଦାଣ୍ଡି ମାର୍ଚ୍ଚର ଆଜି ୮୯ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ପ୍ରାୟ ୫୮ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜରାଟରେ ଜୋରଦାର ପ୍ରବେଶ କରିଛି କଂଗ୍ରେସ । କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବଲ୍ୟୁସି)ର ଆଜି ଅହମଦାବାଦରେ ବୈଠକ ଏଠାରେ ବସୁଛି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି-ଭଦ୍ରା ପ୍ରମୁଖ ଯୋଗ ଦେଇଛନ୍ତି ।

CWC-2

ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବା ପରେ ଏଠାରେ ପ୍ରିୟଙ୍କା ତାଙ୍କର ପ୍ରଥମ ଭାଷଣ ଦେବେ । ବୈଠକ ପୂର୍ବରୁ ଏହି ନେତାମାନେ ଗାନ୍ଧୀଙ୍କ ଶାବରମତି ଆଶ୍ରମରେ ଯାଇ ପ୍ରାର୍ଥନା ସଭାରେ ଯୋଗ ଦେବା ପରେ ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକ ଗତ ମାସ ହେବାର ଥିଲା । ତେବେ ପୁଲଓ୍ଵାମା ବିସ୍ଫୋରଣ ଘଟଣା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।
ଆହୁରି ମଧ୍ୟ ସୂଚନା ମିଳିଛି ଯେ ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲ ଆଜିର ବୈଠକ ଅବସରରେ କଂଗ୍ରେସରେ ଯୋଗ ଦେବେ । କାର୍ଯ୍ୟକାରୀ କମିଟି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋନ ସିଂହଙ୍କ ସମେତ ଅନେକ ବରିଷ୍ଠ ନେତା ବୈଠକରେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.