Below header

କେଉଁ କାରଣ ପାଇଁ ୧୨ବର୍ଷ ପର୍ଯ୍ଯନ୍ତ ବ୍ରହ୍ମାଙ୍କ କଟା ମୁଣ୍ଡ ସହିତ ରହିଥିଲେ ଭଗବାନ ଶିବ, ଜାଣନ୍ତୁ ଏହି ରିପୋର୍ଟରେ

ଭଗବାନ ଶିବଙ୍କର ସୃଷ୍ଟି ସତ୍ୟ ନା ଏହା ଏକ ପୌରାଣିକ କଳ୍ପନା। ମାତ୍ର ଏହାକୁ ନେଇ ଲୋକମାନେ ସର୍ବଦା ଯୁକ୍ତି କରିଥାନ୍ତି। ଶାସ୍ତ୍ରରେ ଉଲ୍ଲେଖ ରହିଛି ଭଗବାନ ଶିବ ୧୨ବର୍ଷ ପର୍ଯ୍ଯନ୍ତ ବ୍ରହ୍ମାଙ୍କର କଟା ମୁଣ୍ଡ ସହିତ ରହିଥିଲେ।

ଜାଣନ୍ତୁ ଶାସ୍ତ୍ରମତ ଅନୁସାରେ ଭଗବାନ ଶିବଙ୍କୁ ଏପରି କାହିଁକି କରିବାକୁ ପଡ଼ିଥିଲା

ସତୀଙ୍କ ରୂପରେ ମାତା ପାର୍ବତୀ ଦେହ ତ୍ୟାଗ କରିବା ସମୟରେ ଭଗବାନ ଶିବ କ୍ରୋଧିତ ହୋଇ ନିଜ ମୁଣ୍ଡରୁ ଏକ କେଶ ଛିଡ଼ାଇ ଥିଲେ, ଯେଉଁଥିରୁ ବୀରଭଦ୍ର ଏବଂ କାଳୀଙ୍କର ସୃଷ୍ଟି ହୋଇଥିଲା। କୁହାଯାଇଥାଏ ଭଗବାନ ଶିବଙ୍କର ବୀରଭଦ୍ର ରୂପ ସବୁଠାରୁ ଭୟାନକ। ନାଲି ଆଖି ଏବଂ କଳା ସ୍ବରୂପ ବୀରଭଦ୍ର ବେକରେ ମଣିଷର ମୁଣ୍ଡମାଳ ପରିଧାନ କରିଥାନ୍ତି।
ଭଗବାନ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ମଧ୍ୟରେ ଶ୍ରେଷ୍ଠତାକୁ ନେଇ ବିବାଦ ଚାଲିଥିବା ସମୟରେ ଭଗବାନ ଶିବ ତାଙ୍କର ପରୀକ୍ଷା ନେବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଏହି ପରୀକ୍ଷା ସମୟରେ ଭଗବାନ ବ୍ରହ୍ମା ମିଛର ସାହାରା ନେଇଥିବାରୁ ଭଗବାନ ଶିବ କ୍ରୋଧିତ ହୋଇ ଭୈରବ ରୂପ ଧାରଣ କରି ବ୍ରହ୍ମାଙ୍କର ୫ଟି ମୁଣ୍ଡ କାଟି ଦେଇଥିଲେ। କିନ୍ତୁ ଏପରି କରିବା ପରେ ଭଗବାନ ଶିବଙ୍କ ଉପରେ ବ୍ରହ୍ମ ହତ୍ୟାର ପାପ ଲାଗିଥିଲା, ଯାହାର ପ୍ରାୟଶ୍ଚିତ କରିବା ପାଇଁ ଭଗବାନ ଶିବ ପାଖାପାଖି ୧୨ବର୍ଷ ପର୍ଯ୍ଯନ୍ତ ବ୍ରହ୍ମାଙ୍କର କଟା ମୁଣ୍ଡକୁ ନିଜ ପାଖରେ ରଖି ଭିକ୍ଷା ମାଗି ଚଳିଥିଲେ। ଏହି ସମୟରେ ଭଗବାନ ଶିବ ସମସ୍ତ ଶକ୍ତପୀଠକୁ ଦେଖାଶୁଣା କରୁଥିଲେ। ସାଗର ମନ୍ଥନ ସମୟରେ ମଧ୍ୟ ଭଗବାନ ଶିବ କ୍ଷୀର ସାଗରରୁ ବାହାରିଥିବା ବିଷ ପାନ କରିଥିଲେ। ଏହି କାରଣରୁ ଭଗବାନ ଶିବଙ୍କ ଭିତରେ ବିଷ ପୁରଷ ଜନ୍ମ ନେଇଥିଲେ। ସେହି ସମୟରେ ଭଗବାନ ଶିବ ତାଙ୍କୁ ଦ୍ରୋଣଙ୍କ ପୁତ୍ର ରୂପରେ ଧରିତ୍ରୀରେ ଅବତାର ଧାରଣ କରି କ୍ଷତ୍ରୀୟ ମାନଙ୍କର ହତ୍ୟା କରିବା ପାଇଁ ବରଦାନ ଦେଇଥିଲେ।

three godesଭଗବାନ ଶିବଙ୍କର ଏହି ଅବତାରକୁ ଅଶ୍ବଥମାଙ୍କ ସ୍ବରୂପ କୁହାଯାଇଥାଏ। ବିଶ୍ବନାର ବ୍ରାହ୍ମଣଙ୍କର ପୁତ୍ର ରୂପରେ ଭଗବାନ ଶିବ ଅବତାର ଧାରଣ କରିଥିଲେ। ବିଶ୍ବନାର ତାଙ୍କର ନାମ ଗୃହପତି ରଖିଥିଲେ। ଗୃହପତିଙ୍କୁ ୯ବର୍ଷ ବୟସ ହୋଇଥିବା ସମୟରେ ଭଗବାନ ନାରଦ ତାଙ୍କର ଜଲଦି ମୃତ୍ୟୁ ଯୋଗ ଅଛି ବୋଲି ତାଙ୍କ ପିତାଙ୍କୁ କହିଥିଲେ। ନିଜର ମୃତ୍ୟୁ ଯୋଗ ଶୁଣିବା ପରେ ଗୃହପତି କାଶୀ ଯାଇ ଭଗବାନ ଶିବଙ୍କୁ ଧ୍ୟାନ କରି ନିଜ ମୃତ୍ୟୁରେ ବିଜୟ ଆଣିଥିଲେ। ଅତ୍ୟାଧିକ କ୍ରୋଧ କାରଣରୁ ବିଶ୍ବରେ ପରିଚିତ ଋଷି ଦୁର୍ବାସା ନିଜକୁ ଶିବଙ୍କ ସ୍ବରୂପ କହୁଥିଲେ। ଭଗବାନ ଶିବ ବ୍ରହ୍ମାଣ୍ଡରେ ଅନୁଶାସନ ରଖିବା ପାଇଁ ଋଷି ଦୁର୍ବାସାଙ୍କର ଅବତାର ଧାରଣ କରିଥିଲେ। ଭଗବାନ ବିଷ୍ଣୁ ମଧ୍ୟ ପୃଥିବୀରେ ଭଗବାନ ରାମଙ୍କ ଅବତାର ଧାରଣ କରିଥିଲେ ଏବଂ ତାଙ୍କର ସେବା କରିବା ପାଇଁ ଭଗବାନ ଶିବ ସ୍ବୟଂ ହନୁମାନ ରୂପ ଧାରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.