Below header

ରାଜଧାନୀ ଉପକଣ୍ଠ ବୁଦ୍ଧିପଡ଼ା ଗାଁରେ ବାଣ ବିସ୍ଫୋରଣ , ଜଣେ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍) : ପୁଣି ରାଜଧାନୀ ଉପକଣ୍ଠରେ ବାଣ ବିସ୍ପୋରଣ। ବୁଦ୍ଧିପଡ଼ା ଗାଁରେ ବାଣ ବିସ୍ଫୋରଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନାତର କରାଯାଇଛି। ଗୁରୁତର ଜଣକ ପୁରଣ ଶାସନ ଗାଁର ଲକ୍ଷ୍ମୀଧର ବେହେରା। ଦୀର୍ଘଦିନ ଧରି ବୁଦ୍ଧିପଡ଼ା ଗାଁରେ ବେଆଇନ ଭାବେ ବାଣ କାରଖାନା ଚାଲୁଥିଲା। ଲକ୍ଷ୍ମୀଧର ଏଠାରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍ଷ୍ମୀଧର ବାଣ ଭିଡୁଥିବାବେଳେ ବିସ୍ଫୋରଣ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ କାରଖାନା ଚଳାଉଥିବା ବାଙ୍କ ବିହାରୀ ବେହେରା ଦୁର୍ଘଟଣା ପରେ ଫେରାର ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.