ଆସନ୍ତା ୨୯ରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା
ବ୍ରହ୍ମପୁର(କେନ୍ୟୁଜ୍) : ଆସନ୍ତା ୨୯ରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା । ଏଥିପାଇଁ ଗତକାଲି ରାତିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ଦେଶୀବେହେରା ସାହିରୁ ବିରାଟ ପଟୁଆରରେ ମୁଖ୍ୟ ମନ୍ଦିରରୁ ଯାଇ ମାଁଙ୍କୁ ଯାତ୍ରା ସମୟ ନିର୍ଦ୍ଦଣ୍ଟ ସଂପର୍କରେ ଦେଶୀବେହେରା ଜଣାଇଛନ୍ତି । ସେଠାରେ ଶୁଭଖୁଣ୍ଟି ପୂଜାର୍ଚ୍ଚନା ପରେ ପୁଣି ଦେଶବେହେରା ସାହିଙ୍କୁ ଅଣାଯାଇ ସ୍ଥାପନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଚଳିତ ମାସ ୨୯ରୁ ଆରମ୍ଭ ହେବ । ୩୨ ଦିନ ବ୍ୟାପୀ ଆୟୋଜିତ ଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହେବେ ।