ମନୋରଂଜନ

ବିଜୁଳି ବିଲ୍‌ ପୈଠ କରିବାକୁ କିଡ୍‌ନୀ ବିକିବେ ଅର୍ସଦ ଓ୍ଵାର୍ସି, ଟ୍ଵିଟ୍‌ କରି ଦେଲେ ସୂଚନା

କରୋନା ଯୋଗୁ ଏବେ ସମସ୍ତଙ୍କ ବେପାର ଠପ୍‌ ହୋଇଛି। ଏଥିରୁ କଳାକାରମାନେ ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ଲକ୍‌ଡାଉନ୍‌ ଯୋଗୁ ଦୀର୍ଘଦିନ ହେବ ଫିଲ୍ମ ସୁଟିଂ ବନ୍ଦ ଥିବାରୁ ଫିଲ୍ମ ଷ୍ଟାରଙ୍କ ନିକଟରେ ଆଉ ଟଙ୍କା ନାହିଁ। ଫଳରେ ସେମାନେ ଟଙ୍କା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇଥିବା ଦେଖାଯାଇଛି। ବଲିଉଡ ଅଭିନେତା ଅର୍ସଦ ଓ୍ଵାର୍ସିଙ୍କ ସ୍ଥିତି ମଧ୍ୟ ଏବେ ସେହିଭଳି ହୋଇଛି। ଅର୍ସଦଙ୍କ ନିକଟରେ ଇଲେକ୍ଟ୍ରିକ୍‌ ବିଲ୍‌ ପୈଠ କରିବାକୁ ଟଙ୍କା ନଥିବାରୁ ସେ ଫ୍ୟାନ୍‌ ଫଲୋୟର୍ସଙ୍କୁ ନିଜ ପେଣ୍ଟିଂ କିଣିବାକୁ ଅନୁରୋଧ କରିଥିବା ଦେଖାଯାଇଛି।

ରବିବାର ଏକ ଟ୍ଵିଟ୍‌ କରି ଅର୍ସଦ ଲେଖିଛନ୍ତି ବିଜୁଳି ବିଲ୍‌ ପାଇଁ ଜୁଲାଇ ୫ ତାରିଖରେ ତାଙ୍କ ଆକାଉଣ୍ଟରୁ ୧.୦୩ ଲକ୍ଷ ଟଙ୍କା କଟିଛି। ଆଉ ଏକ ଟ୍ଵିଟ୍‌ରେ ନିଜ ପେଣ୍ଟିଂ ଫଟୋ ସେୟାର କରି ଅର୍ସଦ ଫ୍ୟାନ୍‌ ଓ ଫଲୋୟର୍ସଙ୍କୁ ତାହାକୁ କିଣିବାକୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ‘ଲୋକମାନେ ମୋ ପେଣ୍ଟିଂ କିଣନ୍ତୁ, ମୋତେ ଅଦାନୀ ଇଲେକ୍ଟ୍ରିକ୍‌ ବିଲ୍‌ ପୈଠ କରିବାର ଅଛି, କିଡ୍‌ନୀକୁ ଆଗାମୀ ବିଲ୍‌ ପାଇଁ ବଞ୍ଚାଇ ରଖିଛି’।

ଅର୍ସଦଙ୍କ ଏହି ଟ୍ଵିଟ୍‌ର ଉତ୍ତରରେ ଅଭିନେତ୍ରୀ ଟିସ୍‌କା ଚୋପ୍ରା କହିଛନ୍ତି ଆଉ କାହାକୁ ବିକ୍ରି କରିବା ପୂର୍ବରୁ ମୋ ପାଇଁ ଗୋଟେ ରଖିଥାନ୍ତୁ। ଏହାର ଜବାବରେ ଅର୍ସଦ ଲେଖିଛନ୍ତି ‘ଠିକ୍‌ ଅଛି… ଖାଲି ମତେ ବିଲ୍‌ ପାଇଁ ଟଙ୍କା ଜମା କରିବାକୁ ଦିଅନ୍ତୁ’। ତେବେ ଇଲେକ୍ଟ୍ରିକ୍‌ ବିଲ୍‌ ସମସ୍ୟା କେବଳ ଅର୍ସଦଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିନି। ତାପସୀ ପନ୍ନୁ, ସୋହା ଅଲ୍ଲୀ ଖାନ୍‌, ନେହା ଧୁପିଆ, ବୀର ଦାସ, ରେଣୁକା ଶହାନେ ପ୍ରମୁଖ ସେଲିବ୍ରିଟିମାନେ ମଧ୍ୟ ୩-୧୦ ଗୁଣ ଅଧିକ ଇଲେକ୍ଟ୍ରିକ୍‌ ବିଲ୍‌ ଆସିଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ମୁମ୍ବାଇରେ ବିଜୁଳି କମ୍ପାନୀଗୁଡ଼ିକ ସୂଚନା ଦେଇଥିଲେ ଯେ ବର୍ତ୍ତମାନର ଇଲେକ୍ଟ୍ରିକ୍‌ ବିଲ୍‌ରେ ମାର୍ଚ୍ଚ ଓ ଏପ୍ରିଲ ମାସର ମୋଟ ରାଶି ରହିଛି। ଏଣୁ ଇଲେକ୍ଟ୍ରିକ୍‌ ବିଲ୍‌ ଅଧିକ ଆସୁଛି।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago