ମନୋରଂଜନ

‘ବାଳିକା ବଧୂ’ ଅବିକା ଗୌରଙ୍କ ହାତରୁ ଚାଲିଗଲା ସଲମାନଙ୍କ ଆଗାମୀ ଫିଲ୍ମ, ତାଙ୍କ ସ୍ଥାନରେ କିଏ ରହିଲେ ଜାଣନ୍ତୁ

ସଲମାନ ଖାନ୍‌ ଏବଂ ଆୟୁଷ ଶର୍ମାଙ୍କ ଅଭିନିତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟୃଥ’ର ସୁଟିଂ ଆରମ୍ଭ ହୋଇଯାଇଛି। ଫିଲ୍ମରେ ସଲମାନ୍‌ ଖାନ୍‌ ଜଣେ ପୋଲିସ ବାଲା ଭୂମିକାରେ ଅଭିନୟ କରୁଥିବାବେଳେ ଆୟୁଷ ଶର୍ମା ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିବେ। ତେବେ ଏହିସବୁ ଭିତରେ ଖୁବ୍‌ ଚର୍ଚ୍ଚା ହେଉଥିଲା ଯେ ଏହି ଫିଲ୍ମ ପାଇଁ ଆୟୁଷ ଶର୍ମାଙ୍କ ଅପୋଜିଟରେ ‘ବାଳିକା ବଧୁ’ ଫେମ୍‌ ଆକ୍ଟ୍ରେସ୍‌ ଅବିକା ଗୌରଙ୍କୁ ସମ୍ପର୍କ କରାଯାଇଥିଲା ଏବଂ ଅବିକା ମଧ୍ୟ ସଲମାନଙ୍କ ଫିଲ୍ମରୁ ଡେବ୍ୟୁ କରିବାକୁ ନେଇ ବହୁତ ଉତ୍ସାହିତ ଥିଲେ। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ମେକର୍ସ ଫିଲ୍ମରେ ଅବିକାଙ୍କ ଯାଗାରେ ଆଉ ଜଣେ ଅଭିନେତ୍ରୀଙ୍କୁ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ ଅନୁଯାୟୀ ମହେଶ ମାଞ୍ଜେରକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଫିଲ୍ମରେ ପ୍ରଥମେ ଅବିକା ଗୌରଙ୍କ ନାମ ଫାଇନାଲ କରାଯାଇଥିଲା କିନ୍ତୁ ଏବେ କୁହାଯାଉଛି ଯେ ଏହି ଫିଲ୍ମରେ ଟିଭି ଆକ୍ଟ୍ରେସ ମହିମା ମକଓ୍ଵାନା ଆୟୁଶ ଶର୍ମାଙ୍କ ଅପୋଜିଟ୍‌୍ର ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାକୁ ଡାଇରେକ୍ଟର ମହେଶ ମାଞ୍ଜେରକର ମଧ୍ୟ କନଫର୍ମ କରିଛନ୍ତି। କିନ୍ତୁ ଏବେ ସୁଦ୍ଧା ଏହାର କାରଣ ଜଣାଇନାହାଁନ୍ତି ମହେଶ ମାଞ୍ଜେରକର।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମହିମା କିଛି ମାସ ପୂର୍ବରୁ ସ୍ୱରା ଭାଷ୍କରଙ୍କ ଲିଡ ରୋଲ େଓ୍ଵବ ସିରିଜ୍‌ ‘ଫ୍ଲାଶ’ରେ ନଜର ଆସିଥିଲେ। ଆଉ ଏବେ ତାଙ୍କୁ ପୁଣି ଥରେ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଅପୋଜିଟରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ।

Pritiparna

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

5 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

18 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

31 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

47 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

59 mins ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago