Below header

‘ବାଳିକା ବଧୂ’ ଅବିକା ଗୌରଙ୍କ ହାତରୁ ଚାଲିଗଲା ସଲମାନଙ୍କ ଆଗାମୀ ଫିଲ୍ମ, ତାଙ୍କ ସ୍ଥାନରେ କିଏ ରହିଲେ ଜାଣନ୍ତୁ

ସଲମାନ ଖାନ୍‌ ଏବଂ ଆୟୁଷ ଶର୍ମାଙ୍କ ଅଭିନିତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟୃଥ’ର ସୁଟିଂ ଆରମ୍ଭ ହୋଇଯାଇଛି। ଫିଲ୍ମରେ ସଲମାନ୍‌ ଖାନ୍‌ ଜଣେ ପୋଲିସ ବାଲା ଭୂମିକାରେ ଅଭିନୟ କରୁଥିବାବେଳେ ଆୟୁଷ ଶର୍ମା ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିବେ। ତେବେ ଏହିସବୁ ଭିତରେ ଖୁବ୍‌ ଚର୍ଚ୍ଚା ହେଉଥିଲା ଯେ ଏହି ଫିଲ୍ମ ପାଇଁ ଆୟୁଷ ଶର୍ମାଙ୍କ ଅପୋଜିଟରେ ‘ବାଳିକା ବଧୁ’ ଫେମ୍‌ ଆକ୍ଟ୍ରେସ୍‌ ଅବିକା ଗୌରଙ୍କୁ ସମ୍ପର୍କ କରାଯାଇଥିଲା ଏବଂ ଅବିକା ମଧ୍ୟ ସଲମାନଙ୍କ ଫିଲ୍ମରୁ ଡେବ୍ୟୁ କରିବାକୁ ନେଇ ବହୁତ ଉତ୍ସାହିତ ଥିଲେ। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ମେକର୍ସ ଫିଲ୍ମରେ ଅବିକାଙ୍କ ଯାଗାରେ ଆଉ ଜଣେ ଅଭିନେତ୍ରୀଙ୍କୁ ନେବାକୁ ନିଷ୍ପତ୍ତି ନେଇଛନ୍ତି।

Avikaରିପୋର୍ଟ ଅନୁଯାୟୀ ମହେଶ ମାଞ୍ଜେରକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଫିଲ୍ମରେ ପ୍ରଥମେ ଅବିକା ଗୌରଙ୍କ ନାମ ଫାଇନାଲ କରାଯାଇଥିଲା କିନ୍ତୁ ଏବେ କୁହାଯାଉଛି ଯେ ଏହି ଫିଲ୍ମରେ ଟିଭି ଆକ୍ଟ୍ରେସ ମହିମା ମକଓ୍ଵାନା ଆୟୁଶ ଶର୍ମାଙ୍କ ଅପୋଜିଟ୍‌୍ର ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାକୁ ଡାଇରେକ୍ଟର ମହେଶ ମାଞ୍ଜେରକର ମଧ୍ୟ କନଫର୍ମ କରିଛନ୍ତି। କିନ୍ତୁ ଏବେ ସୁଦ୍ଧା ଏହାର କାରଣ ଜଣାଇନାହାଁନ୍ତି ମହେଶ ମାଞ୍ଜେରକର।

 

View this post on Instagram

 

A post shared by Mahima Makwana (@mahima_makwana)


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମହିମା କିଛି ମାସ ପୂର୍ବରୁ ସ୍ୱରା ଭାଷ୍କରଙ୍କ ଲିଡ ରୋଲ େଓ୍ଵବ ସିରିଜ୍‌ ‘ଫ୍ଲାଶ’ରେ ନଜର ଆସିଥିଲେ। ଆଉ ଏବେ ତାଙ୍କୁ ପୁଣି ଥରେ ସଲମାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଅପୋଜିଟରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ।

 

View this post on Instagram

 

A post shared by Mahima Makwana (@mahima_makwana)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.