Categories: ମନୋରଂଜନ

ବିବାହ ପାଇଁ ପ୍ରସ୍ତୁତ ତମନ୍ନା, ପରିବାରକୁ କହିଲେ ଖୋଜିଦିଅ ଜୀବନସାଥୀ

ଅଭିନେତ୍ରୀ ତମନ୍ନା ଭାଟିୟା ସାଉଥ୍ ଇଣ୍ଡଷ୍ଟ୍ରି ସମେତ ବଲିଉଡରେ ମଧ୍ୟ ଅଭିନୟ କରୁଛନ୍ତି। ତମନ୍ନା ପୂର୍ବଥର ଫିଲ୍ମ ‘ଖାମୋସୀ’ ରେ ନଜର ଆସିଥିଲେ। କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଅସଫଳ ହୋଇଥିଲା। ବର୍ତ୍ତମାନ ତମନ୍ନା ସାଉଥ୍ ଫିଲ୍ମ ପେଟ୍ରୋମେକ୍ସର ପ୍ରସ୍ତୁତି ନେଇ ଖୁବ୍ ବ୍ୟସ୍ତ ଅଛନ୍ତି। ତମନ୍ନା ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି ତାଙ୍କ ଘରଲୋକ ବର୍ତ୍ତମାନ ତାଙ୍କ ବିବାହ ପାଇଁ ଭଲ ପୁଅ ଖୋଜୁଛନ୍ତି। ଏହି ଦାୟିତ୍ବ ସେ ସମ୍ପୂର୍ଣ୍ଣ ତାଙ୍କ ପ୍ୟାରେଣ୍ଟସ୍ ଙ୍କୁ ଦେଇଛନ୍ତି ବୋଲି ମଧ୍ୟ କହିଛନ୍ତି।

ରିପୋର୍ଟ ଅନୁଯାୟୀ ତାଙ୍କ ମା ରଜନୀ ଭାଟ୍ଟିଆ ମଧ୍ୟ ତାଙ୍କ ପାଇଁ ପୁଅ ଖୋଜିବା ଆରମ୍ଭ କରି ସାରିଲେଣି। ପୂର୍ବ ବର୍ଷ ତମନ୍ନାଙ୍କର ଜଣେ ଡାକ୍ତରଙ୍କ ସହ ସମ୍ପର୍କ ଥିବା କଥା ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହାକୁ ନେଇ ସେ କିଛି ଦିନ ହେବ କାହା ସହ ଡେଟ୍ ରେ ମଧ୍ୟ ଯାଇନଥିବା କଥା କହିଛନ୍ତି ତମନ୍ନା। ଆଗକୁ ତମନ୍ନା ଏହା ମଧ୍ୟ କହିଥିଲେ ଯେ ତାଙ୍କ ବିବାହକୁ ନେଇ ଯଦି କୌଣସି ଅପଡେଟ୍ ହେବ ତେବେ ସେ ନିଶ୍ଚିନ୍ତ ମିଡିଆ ଏବଂ ତାଙ୍କର ଫ୍ୟାନ୍ସମାନଙ୍କ ନିକଟରେ ସେୟାର କରିବେ।

ଏହାସହ ପଢନ୍ତୁ: ୫୦ ଲକ୍ଷ ଠକେଇ: କପିଲ ଶର୍ମା ଶୋ’ର ଏହି କମେଡିଆନଙ୍କ ସମେତ ୭ଜଣଙ୍କ ନାଁରେ ମାମଲା

ରିପୋର୍ଟ ଅନୁଯାୟୀ ତମନ୍ନା ନବାଜୁଦ୍ଦିନ ସିଦ୍ଦିକୀଙ୍କ ଫିଲ୍ମ ବୋଲେ ଚୁଡିୟା ରେ ନଜର ଆସିବେ। ଏହି ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରଥମେ ମୌନି ରାୟଙ୍କୁ ସିଲେକ୍ଟ କରାଯାଇଥିଲା। କିନ୍ତୁ ପଛରେ ନିର୍ଦ୍ଦେଶକଙ୍କ ସହ ତାଙ୍କର କିଛି ମନାନ୍ତର ଖବର ସାମ୍ନାକୁ ଆସିବା ପରେ ସେ ଏହି ଫିଲ୍ମ ଛାଡି ଦେଇଥିଲେ। ଶେଷରେ ମୌନିଙ୍କ ପରେ ଏହି ଚରିତ୍ରରେ ଅଭିନୟ କରିଥିଲେ ତମନ୍ନା।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

42 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

47 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago