Photo credit: Zee News
ବାଂଲାଦେଶୀ ଅଭିନେତ୍ରୀ ହୁମୈରା ହିମୁଙ୍କ ପରଲୋକ । ମୃତ୍ୟୁ ବେଳକୁ ଅଭିନେତ୍ରୀଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ଖବର ମୁତାବକ, ନଭେମ୍ବର ୨ ତାରିଖରେ ତାଙ୍କୁ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ମୁତାବକ, ହସପିଟାଲରେ ତାଙ୍କ ବେକରେ ହାଲକା ଚିହ୍ନ ଦେଖିବାକୁ ମିଳିଥିଲା ବୋଲି ହସପିଟାଲ ଅଧିକାରୀ ପୋଲିସକୁ ସୂଚନା ଦେଇଛନ୍ତି । ତେବେ ଅଭିନେତ୍ରୀଙ୍କ ମୃତ୍ୟୁ କିଭଳି ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ମୃତ୍ୟୁର ସଠିକ୍ କାରଣ ଜାଣିବା ପାଇଁ ମୃତଦେହକୁ ବ୍ୟବଚ୍ଛେଦ କରାଯିବ ।
ଅଭିନେତ୍ରୀ ହୁମୈରା ୨୦୧୧ରେ ଫିଲ୍ମ ‘ଅମର ବନ୍ଧୁ ରାଶେଦ’ରେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ସେ ଅନେକ ବର୍ଷ ପାଇଁ ଟିଭି ଇଣ୍ଡଷ୍ଟ୍ରୀରେ ସକ୍ରିୟ ରହିଥିଲେ । ବାରି ବାରି ସାଡି ସାଡି, ହାଉସଫୁଲ, ଗୁଲଶନ ଆଭେନ୍ୟୁ ଭଳି ଟିଭି ସିରିଅଲରେ କାମ କରିଛନ୍ତି ।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…