Below header

ମାତ୍ର ୩୭ ବୟସରେ ଦୁନିଆକୁ ଅଲବିଦା କହିଲେ ବାଂଲାଦେଶୀ ଅଭିନେତ୍ରୀ ହୁମୈରା ହିମୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଂଲାଦେଶୀ ଅଭିନେତ୍ରୀ ହୁମୈରା ହିମୁଙ୍କ ପରଲୋକ । ମୃତ୍ୟୁ ବେଳକୁ ଅଭିନେତ୍ରୀଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ତେବେ ଅଭିନେତ୍ରୀଙ୍କ ମୃତ୍ୟୁ କିଭଳି ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ବାଂଲାଦେଶୀ ଅଭିନେତ୍ରୀ ହୁମୈରା ହିମୁଙ୍କ ପରଲୋକ । ମୃତ୍ୟୁ ବେଳକୁ ଅଭିନେତ୍ରୀଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ଖବର ମୁତାବକ, ନଭେମ୍ବର ୨ ତାରିଖରେ ତାଙ୍କୁ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ମୁତାବକ, ହସପିଟାଲରେ ତାଙ୍କ ବେକରେ ହାଲକା ଚିହ୍ନ ଦେଖିବାକୁ ମିଳିଥିଲା ବୋଲି ହସପିଟାଲ ଅଧିକାରୀ ପୋଲିସକୁ ସୂଚନା ଦେଇଛନ୍ତି । ତେବେ ଅଭିନେତ୍ରୀଙ୍କ ମୃତ୍ୟୁ କିଭଳି ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ମୃତ୍ୟୁର ସଠିକ୍‌ କାରଣ ଜାଣିବା ପାଇଁ ମୃତଦେହକୁ ବ୍ୟବଚ୍ଛେଦ କରାଯିବ ।

ଅଭିନେତ୍ରୀ ହୁମୈରା ୨୦୧୧ରେ ଫିଲ୍ମ ‘ଅମର ବନ୍ଧୁ ରାଶେଦ’ରେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ସେ ଅନେକ ବର୍ଷ ପାଇଁ ଟିଭି ଇଣ୍ଡଷ୍ଟ୍ରୀରେ ସକ୍ରିୟ ରହିଥିଲେ । ବାରି ବାରି ସାଡି ସାଡି, ହାଉସଫୁଲ, ଗୁଲଶନ ଆଭେନ୍ୟୁ ଭଳି ଟିଭି ସିରିଅଲରେ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.