Below header

କ୍ୟାସ ଅନ୍ ଡେଲିଭରି ସ୍କାମର ଶିକାର ହେଲେ ଅଭିନେତ୍ରୀ ଦୀପିକା କକ୍କର, ବ୍ଲଗରେ କରିଲେ ଖୁଲାସା

ନିକଟରେ ଅଭିନେତ୍ରୀ ଦୀପିକା କକ୍କର ଏକ କ୍ୟାସ ଅନ ଡେଲିଭରି ସ୍କାମର ସମ୍ମୁଖୀନ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ଏହି ବିଷୟରେ କ’ଣ କହିଛନ୍ତି ।

ଛୋଟ ପରଦାରେ ଜଣାଶୁଣା ଅଭିନେତ୍ରୀ ଦୀପିକା କକ୍କର । ଟିଭି ସିରିଏଲ ‘ସସୁରାଲ୍ ସିମର କା’ରୁ ପ୍ରତ୍ୟେକ ଘରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦୀପିକା । ବର୍ତ୍ତମାନ ସେ ଟିଭି ଜଗତରୁ ବିରତି ନେଇଛନ୍ତି ଏବଂ ନିଜ ମଦରହୁଡ ଫେଜ ଏଞ୍ଜଏ କରୁଛନ୍ତି ।କିନ୍ତୁ ୟୁଟ୍ୟୁବ୍ ବ୍ଲଗ ମାଧ୍ୟମରେ ସେ ନିଜ ଫ୍ୟାନ୍ସଙ୍କ ସହିତ ଯୋଡି ହୋଇ ରହିଛନ୍ତି । ଦୀପିକା ନିଜ ଡେଲି ଲାଇଫକୁ ବ୍ଲଗରେ ସେୟାର କରୁଥିବାର ନଜର ଆସିଛନ୍ତି । ଫ୍ୟାନ୍ସ ମଧ୍ୟ ଦୀପିକାଙ୍କ ବ୍ଲଗକୁ ଖୁବ ଉତ୍ସାହର ସହିତ ଦେଖୁଛନ୍ତି ।

ତେବେ ଏକ ବ୍ଲଗରେ ଦୀପିକା କହିଛନ୍ତି ଯେ ତାଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ନିକଟରେ ସେ ଏକ କ୍ୟାସ ଅନ ଡେଲିଭରି ସ୍କାମର ସମ୍ମୁଖୀନ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ଏହି ବିଷୟରେ କ’ଣ କହିଛନ୍ତି । ଦୀପିକା କକ୍କର ତାଙ୍କ ବ୍ଲଗରେ କହିଥିଲେ ଯେ ସେ ପ୍ରାୟତଃ ଅନଲାଇନରେ ଜିନିଷ କିଣନ୍ତି । ଏହି ସମୟରେ ତାଙ୍କ ଘରକୁ ଏକ ପାର୍ସଲ ଆସିଥିଲା ଏବଂ ଡେଲିଭରି ବଏ କହିଥିଲେ ଯେ ଏହା କ୍ୟାସ ଅନ ଡେଲିଭରି । ଏହା ପରେ ଦୀପିକା ଅଧିକ ଚିନ୍ତା ନ କରି ତାଙ୍କୁ ନଗଦ ଟଙ୍କା ଦେଇ ଦେଇଥିଲେ ।

କାରଣ ଏଥିରେ ଅଭିନେତ୍ରୀଙ୍କ ନାମ, ଫୋନ୍‌ ନମ୍ବର, ଆଡ୍ରେସ ସବୁ ସଠିକ୍ ଭାବରେ ଲେଖାଯାଇଥିଲା । କିନ୍ତୁ ପରେ ଯେତେବେଳେ ସେ ପ୍ୟାକେଟ୍ ଖୋଲିଲେ, ସେଥ‌ିରେ ଏପରି କିଛି ଥିଲା ଯାହା ଅଭିନେତ୍ରୀ କେବେ ଅର୍ଡର କରିନଥିଲେ । ଏହା ପରେ ଆଉ ଏକ ପାର୍ସଲ ମଧ୍ୟ ଆସିଥିଲା ଯାହାକୁ ନେବାକୁ ଦୀପିକା ମନା କରିଦେଇଥିଲେ । ଏହା ପରେ, ଡେଲିଭରୀ ବଏ ଏହି ଅର୍ଡରକୁ କ୍ୟାନ୍ସଲ କରିବା ପାଇଁ ତାଙ୍କ ଫୋନକୁ ଆସିଥିବା OTP ଦେବାକୁ କହିଥିଲେ ।

ଏହି ସ୍କାମ ଏଠାରେ ବନ୍ଦ ହୋଇ ନଥିଲା, ଏହା ପରେ ମଧ୍ୟ ୫ ଟି ପାର୍ସଲ ଦୀପିକାଙ୍କ ଘରକୁ ଆସିଥିଲା । କିନ୍ତୁ ଦୀପିକା ଏହାକୁ ନେବା ପାଇଁ ମନା କରିଦେଇଥିଲେ। ଏହି ପାର୍ସଲ ଆସିବା ପରେ ଦୀପିକା ଏହା ଉପରେ ଏକ ଅନୁସନ୍ଧାନ କରିଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ଏହା ଏକ ସ୍କାମ ଥିଲା, ଯାହା ଅନେକ ଲୋକଙ୍କ ସହ ହେଉଛି । ଅଭିନେତ୍ରୀ କହିଛନ୍ତି ଯେ ଏହି ସ୍କାମ ଅର୍ଡର କ୍ୟାନ୍ସଲ କରିବା ପରେ ତାଙ୍କୁ ଅନେକ କଲ ଆସିଥିଲା କିନ୍ତୁ ଦୀପିକା OTP ଦେବାକୁ ମନା କରିଦେଇଥିଲେ । ଏହା ପରେ ଦୀପିକା ନିଜ ଫଲୋର୍ସଙ୍କୁ ଏହି ସ୍କାମରୁ ଦୁରେଇ ରହିବା ପାଇଁ କିଛି ଟିପ୍ସ ମଧ୍ୟ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.