ମଦ ନିଶାରେ ଟୁଲ ପୋଲିସ ବାବୁ, ସାମାନ୍ୟ ବଚସାରୁ ବ୍ୟବସାୟୀଙ୍କ ଠେଲା ଗାଡ଼ି ଉପରେ ପରିସ୍ରା କରିଦେଲେ କନେଷ୍ଟବଳ

ଖାକି ବର୍ଦ୍ଦିର ରୋବାବ ଦେଖାଇ ଅଭଦ୍ରାମିର ଚରମ ସୀମା ଟପିଯାଇଛନ୍ତି। ନିଶାସକ୍ତ ଥିବା ଅବସ୍ଥାରେ ଜଣେ ଦୋକାନୀଙ୍କ ସହ ଝଗଡ଼ା ହେବାରୁ ଉକ୍ତ ବ୍ୟକ୍ତିଙ୍କ ଠେଲା ଗାଡ଼ି ଉପରେ ପରିସ୍ରା କରିବାକୁ ବି ପଛାଇଲେ ନାହିଁ।

ନିଶାସକ୍ତ ପୋଲିସ ବାବୁଙ୍କ ଉନ୍ମୁତ କାଣ୍ଡ। ମଦ ନିଶାରେ ଭୁଲିଗଲେ ଶିଷ୍ଟାଚାର । ଅଭଦ୍ରାମିର ଚରମ ସୀମା ପାର କରି ଏମିତି କାଣ୍ଡ ଘଟାଇଲେ ଯାହାକି ଏବେ ସବୁଠି ଭାଇରଲ ହେଉଛି। ଆଉ ଲୋକ ଦେଖି ତାଙ୍କୁ ଛି’ ବୋଲି କହୁଛନ୍ତି । ମଦ ନିଶାରେ ଟୁଲ ଥିବାବେଳେ କରିବସିଲେ ଅଭାଦ୍ରାମୀ। ଜଣେ ଦୋକାନୀଙ୍କ ସହ ସାମାନ୍ୟ କଥାରୁ ଝଗଡ଼ା ହେବାରୁ ନିଜର ସବୁ ମାନ ଇଜ୍ଜତ କୁ ହରାଇବସିଲେ । ମାନବିକତା ହରାଇ ଟପିଗଲେ ସବୁ ସୀମା। ନିଶାରେ ସେ ଉକ୍ତ ଦୋକାନୀଙ୍କ ଠେଲା ଗାଡ଼ି ଉପରେ ପରିସ୍ରା କରିଲେ । ସର୍ବସମ୍ମୁଖରେ ଏଭଳି କାଣ୍ଡ ଘଟାଇବାକୁ ଟିକେ ବି ଲାଜ ଲାଗିଲାନି ଏ ପୋଲିସ ବାବୁ ଙ୍କୁ। ଲାଜ ଆଉ କେମିତି ଲାଗିବ ହୋସ ରେ ଥିଲେ ସିନା ଜାଣିବେ କି ବୁଝିବେ । ନିଶା ଖାଇ ତ ହଲି ଦୋହଲି ବୁଲୁଛନ୍ତି।  ନିଜକୁ ସମ୍ଭାଳି ପାରୁନାହାନ୍ତି ସେଥିରେ ନିଜ କାରନାମା କୁ କେମିତି ବା ରୋକିବେ..

କିନ୍ତୁ ସେ ଯାହା ବି ହେଉ। ଜଣେ ପୋଲିସ କର୍ମଚାରୀ ହୋଇ ଏଭଳି କାଣ୍ଡ ଘଟାଇବା ତାଙ୍କୁ ଆଦୌ ଶୋଭା ଦେଉନି। ସମସ୍ତଙ୍କ ସମାନରେ ଏପରି କାଣ୍ଡ କରିବାର ଦେଖି ଲୋକ ମାନେ ତାଙ୍କୁ ଆସି ଅଟକାଇଥିଲେ । ଯାହାର କ୍ଲିପ ଏବେ ଭାଇରଲ ହେଉଛି। ବିଷ୍ଣୁ ରାଠୋର ନାମକ ଟ୍ୱିଟର ଆକାଉଣ୍ଟ ରୁ ଏହି କ୍ଲିପ ପୋଷ୍ଟ ହୋଇଛି।

ଖାକି ବର୍ଦ୍ଦିର ରୋବାବ ଦେଖାଇ ଅଭଦ୍ରାମିର ଚରମ ସୀମା ଟପିଯାଇଛନ୍ତି। ନିଶାସକ୍ତ ଥିବା ଅବସ୍ଥାରେ ଜଣେ ଦୋକାନୀଙ୍କ ସହ ଝଗଡ଼ା ହେବାରୁ ଉକ୍ତ ବ୍ୟକ୍ତିଙ୍କ ଠେଲା ଗାଡ଼ି ଉପରେ ପରିସ୍ରା କରିବାକୁ ବି ପଛାଇଲେ ନାହିଁ। ନିକଟରେ ଥିବା ଆଉ ଜଣେ କନଷ୍ଟେବଳ ଏହା ଦେଖୁଥିବା ବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ନ ଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ତୁରନ୍ତ ଉକ୍ତ ଦୁଇ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି। ସୂଚନା ଅନୁସାରେ ଏହି ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି। ନିଲମ୍ବିତ ହୋଇଥିବା ଦୁଇ କନଷ୍ଟେବଳ ହେଲେ ଲୋକେଶ ରାଜପୁତ ଓ ହେମନ୍ତ କୁମାର ।

ଗତ ବୁଧବାର ଉଭୟ ଲୋକେଶ ଓ ହେମନ୍ତ ସିଭିଲ ଡ୍ରେସ୍‌ରେ ମଦ ନିଶାରେ ମାର୍କେଟରେ ବୁଲୁଥିଲେ। ସେହି ସମୟରେ ଲୋକେଶଙ୍କର ଜଣେ ବ୍ୟବସାୟୀଙ୍କ ସହ ଝଗଡା ହୋଇଗଲା। ଏଥିରେ ଲୋକେଶ ରାଗିଯାଇ ବ୍ୟବସାୟୀଙ୍କ ଦୋକାନ ଉପରେ ପରିସ୍ରା କରିଦେଲେ। ହେମନ୍ତ ଏହା ଦେଖି ବି ଚୁପ୍‌ ରହିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟକାଇଥିଲେ। ଏହାପରେ ଉଭୟ ଭୁଲ୍‌ ମାଗି ଘଟଣାସ୍ଥଳରୁ ପଳାଇଥିଲେ। ମାତ୍ର ଏହାର ଭିଡିଓ ଭାଇରାଲ ହେବା ପରେ ଉଭୟ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାନପୁର ଡିସିପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.