କେବଳ ଚିନି ନୁହେଁ ବରଂ ଲୁଣ ଯୋଗୁ ମଧ୍ୟ ହୋଇପାରେ ଟାଇପ୍‌ – ୨ ଡାଇବେଟିସ୍‌ , ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ଡାଇବେଟିସ୍‌ ଏକ ଏପରି ସମସ୍ୟା ହୋଇଗଲାଣି, ଯେ ଏଥିରେ ବଡ ଲୋକଙ୍କ ଠାରୁ ଆରମ୍ଭ କରି ପିଲା ମଧ୍ୟ ଏହି ରୋଗର ସମ୍ମୁଖୀନ ହେଉଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଚିନି ବ୍ୟତୀତ ଲୁଣ ମଧ୍ୟ ଅନେକ ବିପଦପୂର୍ଣ୍ଣ ହୋଇପାରେ ।

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସାମ୍ନାକୁ ଆସୁଛି । ଏହି ପରି ଅନେକ ସ୍ୱାସ୍ଥ୍ୟ ଗତ ସମସ୍ୟାକୁ ନେଇ ଲୋକମାନେ ଅତ୍ୟଧିକ ଚିନ୍ତିତ ରହୁଛନ୍ତି । ଏତେ ସବୁ ସମସ୍ୟା ମଧ୍ୟରେ ହାର୍ଟ ଆଟାକ, ଡାଇବେଟିସ୍‌ ଓ ଟାଇପ୍‌ – ୨ ଡାଇବେଟିସ୍‌ ଭଳି ରୋଗରେ ପ୍ରାୟତଃ ବିଶ୍ୱରେ ଅନେକ ଲୋକ ପିଡିତ । ଏହି ସବୁ ରୋଗ ମଧ୍ୟରେ ଡାଇବେଟିସ୍‌ ଏପରି ଏକ ସମସ୍ୟା ହୋଇଗଲାଣି, ଯେ ଏଥିରେ ବଡ ଲୋକଙ୍କ ଠାରୁ ଆରମ୍ଭ କରି ପିଲା ମଧ୍ୟ ଏହି ରୋଗର ସମ୍ମୁଖୀନ ହେଉଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଚିନି ବ୍ୟତୀତ ଲୁଣ ମଧ୍ୟ ଅନେକ ବିପଦପୂର୍ଣ୍ଣ ହୋଇପାରେ ।

ବର୍ତ୍ତମାନ ଆମେ ବିଶ୍ୱାସ କରୁଛୁ ଯେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଚିନି ଖାଇବା ବହୁତ ହାନିକାରକ ହୋଇଥାଏ । କିନ୍ତୁ ଏବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଚିନି ବ୍ୟତୀତ ଲୁଣ ଯୋଗୁ ମଧ୍ୟ ଟାଇପ୍-୨ ଡାଇବେଟିସ୍‌ ହେବାର ଆଶଙ୍କା ରହିଛି ।  ଯଦି ଆପଣ ଟେବୁଲ୍ ଲୁଣ ବ୍ୟବହାର କରୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଏଥିପ୍ରତି ସାବଧାନ ହେବା ଉଚିତ୍ । ଏବେ ଏକ ନୂଆ ରିସର୍ଚ୍ଚରୁ ଜଣାପଡିଛି ଯେ ଟାଇପ୍-୨ ଡାଇବେଟିସ୍‌ ହେବାର ଆଶଙ୍କା ଥିବା ରୋଗୀଙ୍କ ପାଇଁ ଚିନି ସହିତ ଲୁଣ ଛାଡିବାର ସମୟ ଆସିଛି ଓ ଏଥି ପ୍ରତି ସେହି ଲୋକଙ୍କୁ ଅଧିକ ସାବଧାନ ରହିବକୁ ପଡିବ ।

ଯଦି ଆପଣ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରୁଛନ୍ତି । ତାହେଲେ ସାବଧାନ ହୋଇଯାଅନ୍ତୁ, ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହୋଇପାରେ ଏକ ବଡ ସମସ୍ୟା । କିଛି ସୂଚନା ଅନୁସାରେ, ଖାଦ୍ୟ ଖାଇବା ସମୟରେ ବାରମ୍ବାର ଖାଦ୍ୟରେ ଲୁଣ ପକାଇ ଖାଇବା ଦ୍ୱାରା ଟାଇପ୍‌ – ୨ ଡାଇବେଟିସ୍‌ ରୋଗ ହେବାର ବିପଦ ଅଧିକ ବଢି ଯାଇଥାଏ ।

ଲକ୍ଷ ଲକ୍ଷ ଲୋକଙ୍କ ଉପରେ ହୋଇଛି ରିସର୍ଚ୍ଚ :
ଏହି ରିସର୍ଚ୍ଚରେ ପ୍ରାୟ ୪ ଲକ୍ଷରୁ ଅଧିକ ବୟସ୍କ ଲୋକଙ୍କୁ ସାମିଲ କରାଯାଇଥିଲା ଓ ସେମାନଙ୍କ ଲୁଣ ସେବନ କରିବାକୁ ନେଇ ସର୍ଭେ କରାଗଲା । ଏହି ସର୍ଭେରେ ୧୧.୮ ବର୍ଷର ହାରାହାରି ରିସର୍ଚ୍ଚରେ, ୧୩,୦୦୦ ରୁ ଅଧିକ ଟାଇପ୍ 2 ଡାଇବେଟିସ୍ ରୋଗ ବିକଶିତ ହୋଇଛି ।

ତେବେ ଆମେ ପୂର୍ବରୁ ଅନେକ ରିସର୍ଚ୍ଚ ଜରିଆରେ ଜାଣିଛୁ, ଯେ ଲୁଣ କମ୍‌ ସେବନ କରିବା ଦ୍ୱାରା ହାର୍ଟ ଆଟାକ ଓ ଉଚ୍ଚ ରକ୍ତ ଚାପ ଭଳି ସମସ୍ୟାରୁ ବଞ୍ଚି ପାରିବେ । ହେଲେ ଏହା ଏକ ପ୍ରଥମ ରିସର୍ଚ୍ଚ ଯେଉଁଥିରେ, ସାମ୍ନାକୁ ଆସିଛି ଯେ କମ୍‌ ଲୁଣ ଖାଇବା ଦ୍ୱାରା ଟାଇପ୍‌ – ୨ ଡାଇବେଟିସ୍‌ ସମସ୍ୟାରୁ ମଧ୍ୟ ବଞ୍ଚିବା ପାଇଁ ସାହାଯ୍ୟ ମିଳିପାରେ ।

ଏହି ରିସର୍ଚ୍ଚରୁ ଜଣା ପଡିଛି ଯେ, ଅତ୍ୟଧିକ ଲୁଣ ଖାଇବା ଦ୍ୱାରା  ଟାଇପ୍ -2 ଡାଇବେଟିସ୍ ହେବାର ଆଶଙ୍କା ଅଧିକ ରହିଛି । ହେଲେ ପ୍ରଚୁର ପରିମାଣରେ ଲୁଣ ଖାଇବା ଦ୍ୱାରା ମୋଟା ହେବା ଏବଂ ଫୁଲିବା ଭଳି ବିପଦ ମଧ୍ୟ ବଢିପାରେ ।

ଏହି ରିସର୍ଚ୍ଚରେ ସାମିଲ ଥିବା ଲୋକମାନେ କହିଛନ୍ତି, ଯେ ଆପଣମାନେ ନିଜ ଖାଦ୍ୟରେ ଲୁଣ କମ୍‌ ମାତ୍ରାରେ ବ୍ୟବହାର କରିବା ଉଚିତ । କାରଣ ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବା ସହ ଅନେକ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ । ଏହା ସହ ଏପରି ମଧ୍ୟ କହିଛନ୍ତି, ଯେ ଏକ ସୋଡିୟମ ଭଳି ଜିନିଷ ସନ୍ଧାନ କରାଯାଉଛି, ଯାହାକୁ ଆପଣମାନେ ନିଜ ଖାଦ୍ୟରେ ବ୍ୟବହାର କରିପାରିବେ । ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ ଓ ଟାଇପ୍‌ –୨ ଡାଇବେଟିସ୍‌ ରୋଗରୁ ମଧ୍ୟ ବଞ୍ଚି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.