କାର୍ଯ୍ୟରତ ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡ଼ା ମାରିବା ଘଟଣା: ଡିସିପିଙ୍କୁ ଭେଟିଲେ ଓଡ଼ିଶା ୱିମେନ୍ ଇନ୍ ମିଡିଆ

କାର୍ଯ୍ୟରତ ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡ଼ା ମାରିବା ଘଟଣାରେ ଆଜି ଡିସିପିଙ୍କୁ ଭେଟିଛନ୍ତି ଓଡ଼ିଶା ୱିମେନ୍ ଇନ୍ ମିଡିଆ। ସେମାନେ ଡିସିପିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ମହିଳା ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଏହା ସହ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି ଦିଗରେ ସହାୟତା ପାଇଁ ନିବେଦନ କରିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ) : କାର୍ଯ୍ୟରତ ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡ଼ା ମାରିବା ଘଟଣାରେ ଆଜି ଡିସିପିଙ୍କୁ ଭେଟିଛନ୍ତି ଓଡ଼ିଶା ୱିମେନ୍ ଇନ୍ ମିଡିଆ। ସେମାନେ ଡିସିପିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ମହିଳା ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଏହା ସହ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି ଦିଗରେ ସହାୟତା ପାଇଁ ନିବେଦନ କରିଛନ୍ତି। ଏ ଅବସରରେ ନିରପେକ୍ଷ ତଦନ୍ତ ଓ ନ୍ୟାୟ ପ୍ରଦାନ ନେଇ ଡିସିପି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ଦେବସ୍ମିତା ତାଙ୍କ ଅଭିଯୋଗରେ ଲେଖିଛନ୍ତି- ଦିନ ୧୨ଟା ୫୦ରେ ସେ ଅନ୍ୟ ସାମ୍ବାଦିକ ବନ୍ଧୁମାନଙ୍କ ସହ ଖବର ସଂଗ୍ରହ କରିବାକୁ ସ୍ୱାତୀ ହଲରେ ଅପେକ୍ଷା କରିଥିଲେ । ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଓରଫ ସଂଜୟ ନାୟକ ଅଚାନକ୍ ଆସି ତାଙ୍କ ବାମ ଗାଲକୁ ଏକ ଶକ୍ତ ଚାପୁଡା ଦେଇଥିଲେ । ଏଥିସହ ଖରାପ ଭାଷାର ପ୍ରୟୋଗ କରିଥିଲେ । ମାଡ ମାରିବା ଫଳରେ ତାଙ୍କ ହାତରେ ଥିବା ବୁମ୍ ଓ ମୋବାଇଲ ଫୋନ ତଳେ ଖସିପଡିଥିଲା । ଏହାକୁ ଉଠାଇବାବେଳେ ସେ ପୁଣି ତାଙ୍କ ପିିଠିକୁ ମାଡ ମାରିଲେ । ତେବେ କହିଁକି ଟୁଟୁ କାହିଁକି ତାଙ୍କୁ ମାଡ ମାରିଲେ ସେ ଜାଣିନାହାନ୍ତି । ଟୁଟୁ ନାୟକଙ୍କ ଏଭଳି ବ୍ୟବହାର ତାଙ୍କର ମର୍ଯ୍ୟାଦା ହାନୀ କରିବା ସହ ଗଭୀର ଆଘାତ ଦେଇଥିବା ଲିଖିତ ଭାବେ ଜଣାଇଛନ୍ତି ଦେବସ୍ମିତା । ଏ ନେଇ ସାମ୍ୱାଦିକା ଖାରବେଳ ନଗର ଥାନାରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।