ମନୋରଂଜନ

ବିଗ୍‌ବସ୍‌ ୧୪: ପ୍ରଥମ ଦିନରେ ଜସ୍ମିନ ଏବଂ ନିକ୍କିଙ୍କ ମଧ୍ୟରେ କ୍ୟାଟଫାଇଟ୍‌, ବାସନ ସଫାକୁ ନେଇ ଲାଗିଲା ତୁତୁ ମେଁ ମେଁ

ବିଗ୍‌ବସ୍‌ ୧୪ ଶନିବାର ରାତିରୁ ଆରମ୍ଭ ହୋଇସାରିଛି। ଅନେକ ପ୍ରତିଯୋଗୀ ଘରେ ଏଣ୍ଟ୍ରି କରିସାରିଥିବା ବେଳେ ଆଉ ବାକି ୧୧ ଜଣ ପ୍ରତିଯୋଗୀ ଘରେ ଆଜି ଏଣ୍ଟ୍ରି କରିବେ। କିନ୍ତୁ ଘରକୁ ଆସିବା ମାତ୍ରେ ଝଗଡା ଦେଖିବାକୁ ମିଳିଛି। ଘରେ ପ୍ରଥମ ଦିନରୁ ନିକ୍କି ତାମ୍ବେଲ ଏବଂ ଏଜାଜ ଖାନଙ୍କ ମଧ୍ୟରେ ହାଲୁକା ଫୁଲକା ଝଗଡା ଦେଖିବାକୁ ମିଳିଥିବା ବେଳେ କିଭଳି ପ୍ରଥମ ଏପିସୋଡରେ କ୍ୟାଟଫାଇଟ ଦେଖିବାକୁ ମିଳିବ।

ନିକ୍କି ତାମ୍ବେଲ ଏବଂ ଜସ୍ମିନ ଭସିନଙ୍କ ମଧ୍ୟରେ ଘରେ ବାସନ ମଜାକୁ ନେଇ କ୍ୟାଟ୍‌ଫାଇଟ ଦେଖିବାକୁ ମିଳିବ। ଦୁହେଁ ବାସନ ମଜାକୁ ନେଇ ଯୁକ୍ତିତର୍କ କରୁଥିବା ପ୍ରୋମୋରେ ଦେଖିବାକୁ ମିଳିଛି। ଯେଉଁଥିରେ ନିକ୍କି ବାସନ ଧୋଇବାକୁ ମନା କରିଦେଇଛନ୍ତି। ବାସନ ସଫା କଲେ ନିକ୍କିଙ୍କ ନଖ ଖରାପ ହୋଇଯିବ ବୋଲି ସେ କହୁଛନ୍ତି। ନିକ୍କିଙ୍କ ଏପରି କଥାରେ ଜସ୍ମିନ ବହୁତ ରାଗି ଯାଇ ତାଙ୍କୁ ଅନେକ କଥା କହୁଛନ୍ତି।

ସୂଚନାଯୋଗ୍ୟ, ଏହି ଝଗଡାରେ ଜସ୍ମିନ ଏବଂ ନିକ୍କି ଦୁହେଁ କାନ୍ଧୁଛନ୍ତି। ନିକ୍କି ଏମିତି କରିବା ଜସ୍ମିନଙ୍କୁ ବହୁତ ଖରାପ ଲାଗିଛି। କିନ୍ତୁ ପୂର୍ବରୁ ବିଗବସ୍‌ ହାଉସରେ କାନ୍ଦିବେନି ବୋଲି ଜସ୍ମିନ ସଲମାନ ଖାନଙ୍କୁ ପୂର୍ବରୁ କହିଥିଲେ। ସିଜିନ ଆରମ୍ଭରୁ ଏପରି କ୍ୟାଟଫାଇଟ ଦର୍ଶକଙ୍କୁ ବେଶ ମଜା ଲାଗିବ। ଦେଖାଯାଉ, ଆଗକୁ ବିଗ୍‌ବସ୍‌ ହାଉସରେ କ’ଣ କ’ଣ ଦେଖିବାକୁ ମିଳିବ।

Swagatika

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

7 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

8 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

22 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

23 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago