ବିଗ୍ବସ୍ ୧୪: ପ୍ରଥମ ଦିନରେ ଜସ୍ମିନ ଏବଂ ନିକ୍କିଙ୍କ ମଧ୍ୟରେ କ୍ୟାଟଫାଇଟ୍, ବାସନ ସଫାକୁ ନେଇ ଲାଗିଲା ତୁତୁ ମେଁ ମେଁ

ବିଗ୍ବସ୍ ୧୪ ଶନିବାର ରାତିରୁ ଆରମ୍ଭ ହୋଇସାରିଛି। ଅନେକ ପ୍ରତିଯୋଗୀ ଘରେ ଏଣ୍ଟ୍ରି କରିସାରିଥିବା ବେଳେ ଆଉ ବାକି ୧୧ ଜଣ ପ୍ରତିଯୋଗୀ ଘରେ ଆଜି ଏଣ୍ଟ୍ରି କରିବେ। କିନ୍ତୁ ଘରକୁ ଆସିବା ମାତ୍ରେ ଝଗଡା ଦେଖିବାକୁ ମିଳିଛି। ଘରେ ପ୍ରଥମ ଦିନରୁ ନିକ୍କି ତାମ୍ବେଲ ଏବଂ ଏଜାଜ ଖାନଙ୍କ ମଧ୍ୟରେ ହାଲୁକା ଫୁଲକା ଝଗଡା ଦେଖିବାକୁ ମିଳିଥିବା ବେଳେ କିଭଳି ପ୍ରଥମ ଏପିସୋଡରେ କ୍ୟାଟଫାଇଟ ଦେଖିବାକୁ ମିଳିବ।
ନିକ୍କି ତାମ୍ବେଲ ଏବଂ ଜସ୍ମିନ ଭସିନଙ୍କ ମଧ୍ୟରେ ଘରେ ବାସନ ମଜାକୁ ନେଇ କ୍ୟାଟ୍ଫାଇଟ ଦେଖିବାକୁ ମିଳିବ। ଦୁହେଁ ବାସନ ମଜାକୁ ନେଇ ଯୁକ୍ତିତର୍କ କରୁଥିବା ପ୍ରୋମୋରେ ଦେଖିବାକୁ ମିଳିଛି। ଯେଉଁଥିରେ ନିକ୍କି ବାସନ ଧୋଇବାକୁ ମନା କରିଦେଇଛନ୍ତି। ବାସନ ସଫା କଲେ ନିକ୍କିଙ୍କ ନଖ ଖରାପ ହୋଇଯିବ ବୋଲି ସେ କହୁଛନ୍ତି। ନିକ୍କିଙ୍କ ଏପରି କଥାରେ ଜସ୍ମିନ ବହୁତ ରାଗି ଯାଇ ତାଙ୍କୁ ଅନେକ କଥା କହୁଛନ୍ତି।
ସୂଚନାଯୋଗ୍ୟ, ଏହି ଝଗଡାରେ ଜସ୍ମିନ ଏବଂ ନିକ୍କି ଦୁହେଁ କାନ୍ଧୁଛନ୍ତି। ନିକ୍କି ଏମିତି କରିବା ଜସ୍ମିନଙ୍କୁ ବହୁତ ଖରାପ ଲାଗିଛି। କିନ୍ତୁ ପୂର୍ବରୁ ବିଗବସ୍ ହାଉସରେ କାନ୍ଦିବେନି ବୋଲି ଜସ୍ମିନ ସଲମାନ ଖାନଙ୍କୁ ପୂର୍ବରୁ କହିଥିଲେ। ସିଜିନ ଆରମ୍ଭରୁ ଏପରି କ୍ୟାଟଫାଇଟ ଦର୍ଶକଙ୍କୁ ବେଶ ମଜା ଲାଗିବ। ଦେଖାଯାଉ, ଆଗକୁ ବିଗ୍ବସ୍ ହାଉସରେ କ’ଣ କ’ଣ ଦେଖିବାକୁ ମିଳିବ।