ମନୋରଂଜନ

ଆର ବର୍ଷ କେବେ ମା’ ହେବେ କମେଡି କୁଇନ୍‌ ଭାରତୀ ସିଂହ, ସେୟାର କଲେ ତାରିଖ

କମେଡିଆନ୍‌ ଭାରତୀ ସିଂହ ଏବେ ଗର୍ଭବତୀ ଅଛନ୍ତି। ନିଜ ପ୍ରଥମ ସନ୍ତାନ ଜନ୍ମ ଦେବାକୁ କମେଡି କୁଇନ୍‌ ବେଶ୍‌ ଉତ୍ସାହିତ ଅଛନ୍ତି। ତେବେ ନିକଟରେ ସନ୍ତାନ ଜନ୍ମ ତାରିଖ ବିଷୟରେ ଖୁଲାସା କରିଛନ୍ତି ଭାରତୀ ସିଂହ। ଗଣମାଧ୍ୟମରେ ଇଣ୍ଟରଭ୍ୟୁ ଦେବା ଅବସରରେ ଭାରତୀ ଏ ନେଇ ଖୁଲାସା କରିଛନ୍ତି। ଭାରତୀ କହିଛନ୍ତି, କେଉଁ ତାରିଖରେ ତାଙ୍କ ସନ୍ତାନ ଦୁନିଆକୁ ଆସିବ।

ଏବେ ସୋସିଆଲ ମିଡିଆରେ କମେଡି କୁଇନ୍‌ ଭାରତୀ ସିଂହଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଭାରତୀ ପ୍ରେଗନାନ୍ସି ସମ୍ପର୍କରେ ଆଲୋଚନା କରିଛନ୍ତି। ଏ ଅବସରରେ ଭାରତୀଙ୍କୁ କିଛି ରିପୋର୍ଟର ପଚାରିଥିଲେ ଯେ ଆପଣ କେବେ ମା’ ହେବାକୁ ଯାଉଛନ୍ତି। ଏହି ପ୍ରଶ୍ନ ଶୁଣି ଭାରତୀ ପ୍ରଥମେ ତ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କିନ୍ତୁ ତା’ ପରେ ସେ କହୁଛନ୍ତି- ଆରେ ବା! ଧାଇ ମା’ ତ ଏଠାରେ ଅଛନ୍ତି। ତା’ ପରେ ସେ କହୁଛନ୍ତି- ଏପ୍ରିଲ ମାସରେ ଆପଣଙ୍କୁ ଏହି ଖୁସି ଖବର ମିଳିଯିବ। ଖୁସି ଖବର ମିଳିଲେ ଆପଣମାନେ ସେଠାରେ ପହଞ୍ଚିଯିବେ।

ଇଣ୍ଟରଭ୍ୟୁ ବେଳେ ଆଉ ଜଣେ ବ୍ୟକ୍ତି ଭାରତୀଙ୍କୁ ପଚାରିଥିଲେ- ଏବେ ଆପଣଙ୍କୁ ଖଟା ଖାଇବାକୁ ଇଚ୍ଛା ହେଉଛି ନା ତେନ୍ତୁଳି। ଏହାର ଜବାବରେ ଭାରତୀ କହିଥିଲେ- ନା’ ଏବେ ଆଉ ସେ ଯୁଗ ନାହିଁ। ଏବେ ମୁଁ ପୂରା ଖାଇବା ଖାଉଛି। ଛୁଆ ଜନ୍ମ ହେଲେ ସ୍ୱାଗତ କରିବାକୁ ଆସିଯିବେ। ଆପଣମାନେ ତ ସବୁ ମାମୁ ହେବେ। ଏହା ପରେ ଭାରତୀ ସେଠାରେ ଉପସ୍ଥିତ ପ୍ରତିନିଧିଙ୍କୁ ପଚାରିଥିଲେ- ତୁମକୁ କ’ଣ ଦରକାର ପୁଅ ନା ଝିଅ। ସେମାନେ କହିଥିଲେ- ଝିଅ। ଏହା ଶୁଣି ଭାରତୀ ଖୁବ୍‌ ଖୁସି ହୋଇଯାଇଥିଲେ।

ପ୍ରକାଶ ଯେ ସୋସିଆଲ ମିଡିଆ ଜରିଆରେ ଭାରତୀ ସିଂହ ନିଜ ପ୍ରେଗନାନ୍ସିକୁ ନେଇ ଘୋଷଣା କରିଥିଲେ। ସେ ପ୍ରାୟତଃ ନିଜ ବେବି ବମ୍ପକୁ ବି ଦେଖାଇଥାନ୍ତି।

WCW 11

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

20 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

21 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

25 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

27 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

32 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

40 mins ago