ଆର ବର୍ଷ କେବେ ମା’ ହେବେ କମେଡି କୁଇନ୍ ଭାରତୀ ସିଂହ, ସେୟାର କଲେ ତାରିଖ

କମେଡିଆନ୍ ଭାରତୀ ସିଂହ ଏବେ ଗର୍ଭବତୀ ଅଛନ୍ତି। ନିଜ ପ୍ରଥମ ସନ୍ତାନ ଜନ୍ମ ଦେବାକୁ କମେଡି କୁଇନ୍ ବେଶ୍ ଉତ୍ସାହିତ ଅଛନ୍ତି। ତେବେ ନିକଟରେ ସନ୍ତାନ ଜନ୍ମ ତାରିଖ ବିଷୟରେ ଖୁଲାସା କରିଛନ୍ତି ଭାରତୀ ସିଂହ। ଗଣମାଧ୍ୟମରେ ଇଣ୍ଟରଭ୍ୟୁ ଦେବା ଅବସରରେ ଭାରତୀ ଏ ନେଇ ଖୁଲାସା କରିଛନ୍ତି। ଭାରତୀ କହିଛନ୍ତି, କେଉଁ ତାରିଖରେ ତାଙ୍କ ସନ୍ତାନ ଦୁନିଆକୁ ଆସିବ।
ଏବେ ସୋସିଆଲ ମିଡିଆରେ କମେଡି କୁଇନ୍ ଭାରତୀ ସିଂହଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଭାରତୀ ପ୍ରେଗନାନ୍ସି ସମ୍ପର୍କରେ ଆଲୋଚନା କରିଛନ୍ତି। ଏ ଅବସରରେ ଭାରତୀଙ୍କୁ କିଛି ରିପୋର୍ଟର ପଚାରିଥିଲେ ଯେ ଆପଣ କେବେ ମା’ ହେବାକୁ ଯାଉଛନ୍ତି। ଏହି ପ୍ରଶ୍ନ ଶୁଣି ଭାରତୀ ପ୍ରଥମେ ତ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କିନ୍ତୁ ତା’ ପରେ ସେ କହୁଛନ୍ତି- ଆରେ ବା! ଧାଇ ମା’ ତ ଏଠାରେ ଅଛନ୍ତି। ତା’ ପରେ ସେ କହୁଛନ୍ତି- ଏପ୍ରିଲ ମାସରେ ଆପଣଙ୍କୁ ଏହି ଖୁସି ଖବର ମିଳିଯିବ। ଖୁସି ଖବର ମିଳିଲେ ଆପଣମାନେ ସେଠାରେ ପହଞ୍ଚିଯିବେ।
View this post on Instagram
ଇଣ୍ଟରଭ୍ୟୁ ବେଳେ ଆଉ ଜଣେ ବ୍ୟକ୍ତି ଭାରତୀଙ୍କୁ ପଚାରିଥିଲେ- ଏବେ ଆପଣଙ୍କୁ ଖଟା ଖାଇବାକୁ ଇଚ୍ଛା ହେଉଛି ନା ତେନ୍ତୁଳି। ଏହାର ଜବାବରେ ଭାରତୀ କହିଥିଲେ- ନା’ ଏବେ ଆଉ ସେ ଯୁଗ ନାହିଁ। ଏବେ ମୁଁ ପୂରା ଖାଇବା ଖାଉଛି। ଛୁଆ ଜନ୍ମ ହେଲେ ସ୍ୱାଗତ କରିବାକୁ ଆସିଯିବେ। ଆପଣମାନେ ତ ସବୁ ମାମୁ ହେବେ। ଏହା ପରେ ଭାରତୀ ସେଠାରେ ଉପସ୍ଥିତ ପ୍ରତିନିଧିଙ୍କୁ ପଚାରିଥିଲେ- ତୁମକୁ କ’ଣ ଦରକାର ପୁଅ ନା ଝିଅ। ସେମାନେ କହିଥିଲେ- ଝିଅ। ଏହା ଶୁଣି ଭାରତୀ ଖୁବ୍ ଖୁସି ହୋଇଯାଇଥିଲେ।
ପ୍ରକାଶ ଯେ ସୋସିଆଲ ମିଡିଆ ଜରିଆରେ ଭାରତୀ ସିଂହ ନିଜ ପ୍ରେଗନାନ୍ସିକୁ ନେଇ ଘୋଷଣା କରିଥିଲେ। ସେ ପ୍ରାୟତଃ ନିଜ ବେବି ବମ୍ପକୁ ବି ଦେଖାଇଥାନ୍ତି।