ମନୋରଂଜନ

ସର୍ଜରୀ ପରେ ଭାରତୀ ସିଂଙ୍କୁ ହସ୍ପିଟାଲରୁ ମିଳିଲା ଡିସଚାର୍ଜ, ଷ୍ଟୋନ୍‌ର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ହେଲଥ୍‌ ଅପ୍‌ଡେଟ୍‌

ଟିଭି ଦୁନିଆର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କୁ କିଛି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ପେଟରେ ଷ୍ଟୋନ୍‌ ହୋଇଥିବା ଯୋଗୁ ସର୍ଜରୀ କରାଯାଇଛି । ଏହି କାରଣରୁ ଅଭିନେତ୍ରୀ ବହୁତ ଯନ୍ତ୍ରଣା ଏବଂ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଏହି ସମସ୍ୟାରୁ ମୁକ୍ତି ପାଇଛନ୍ତି । ଭାରତୀ ସିଂ ‘ଡ୍ୟାନ୍ସ ଦିୱାନା ୪’ର ସୁଟିଂ ଶେଷ କରି ସର୍ଜରୀ ପାଇଁ ଯାଇଥିଲେ । ନିକଟରେ ଭାରତୀ ସିଂ ଏହା ସହ ଜଡିତ ଏକ ବ୍ଲଗ୍‌ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ସର୍ଜରୀ ସହ ଜଡିତ କିଛି ସୂଚନା ସେୟାର କରିଛନ୍ତି । ଏହି ବ୍ଲଗ୍‌ରେ ସେ ଷ୍ଟୋନ୍‌ଗୁଡିକର ଝଲକ ମଧ୍ୟ ଦେଖାଇଲେ ଯାହା ତାଙ୍କ ଯନ୍ତ୍ରଣାର କାରଣ ହୋଇଥିଲା ।

ଏହା ବ୍ୟତୀତ କିଛି ଦିନ ପୂର୍ବରୁ ସେ ଏକ ବ୍ଲଗ୍‌ ସେୟାର କରିଥିଲେ । ଯେଉଁଥିରେ ଭାରତୀ ସିଂ କହିଥିଲେ ଯେ ଗତ କିଛି ଦିନ ହେବ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହା ପରେ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଭାରତୀ ସିଂ ସେହି ଭିଡିଓରେ କହିଛନ୍ତି ଯେ ସେ ତିନି ଦିନ ହେବ ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ପ୍ରଥମେ ସେ ଭାବୁଥିଲେ ଯେ ତାଙ୍କର ଏସିଡିଟି ହୋଇଛି କିନ୍ତୁ ବହୁତ ଯନ୍ତ୍ରଣା ହେତୁ ଭାରତୀ ସିଂଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଯେତେବେଳେ ଯନ୍ତ୍ରଣା ଅସହ୍ୟ ହେଲା, ହାସ୍ପିଟାଲରେ ଟେଷ୍ଟ କରାଯିବା ପରେ ସେ ଜାଣିବାକୁ ପାଇଲେ ତାଙ୍କ ପେଟରେ ଷ୍ଟୋନ୍‌ ହୋଇଛି । ଏହା ବ୍ୟତୀତ ଭାରତୀ ସିଂ କହିଛନ୍ତି ଯେ ଏହି ଷ୍ଟୋନ୍‌ ଯୋଗୁଁ ସେ ବହୁତ ଅସୁବିଧାରେ ପଡ଼ିଛନ୍ତି । ଘରକୁ ଫେରିବା ପରେ ଅଭିନେତ୍ରୀ ଷ୍ଟୋନ୍‌ର ଝଲକ୍‌ ଦେଖାଇଥିଲେ । ଷ୍ଟୋନ୍‌ର ଝଲକ୍‌ ଦେଖାଇ ଭାରତୀ କହିଛନ୍ତି ଯେ ଏହି ଷ୍ଟୋନ୍‌ ତାଙ୍କୁ ବହୁତ ଅସୁବିଧାରେ ପକାଇଛି । ବର୍ତ୍ତମାନ ସେ ଭଲ ଅଛନ୍ତି କିନ୍ତୁ କିଛି କାମ ଏବଂ ବାହାରକୁ ଯାତ୍ରା ମଧ୍ୟ କରିବେ ନାହିଁ । ଏହା ସହ ସେ ତାଙ୍କ ହାତରେ ଏକ ଛୋଟ ବାକ୍ସରେ ଷ୍ଟୋନ୍‌ ଧରିଥିବାର ନଜର ଆସିଛନ୍ତି ।

ତେବେ ଭାରତୀ ସିଂ ମାଧୁରୀ ଦୀକ୍ଷିତ ଏବଂ ସୁନୀଲ ଶେଟ୍ଟୀଙ୍କ ଡ୍ୟାନ୍ସ ରିୟଲିଟି ସୋ ‘ଡ୍ୟାନ୍ସ ଦିୱାନା  ୪’ରେ ହୋଷ୍ଟ ଭାବରେ ନଜର ଆସନ୍ତି । ଶୋ’ରେ ଫ୍ୟାନ୍ସଙ୍କୁ ହସାଇବା ପାଇଁ ସେ କୌଣସି ବି ମଉକା ଛାଡିନ୍ତି ନାହିଁ । ଏହା ବ୍ୟତୀତ ଭାରତୀ ସିଂ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମଧ୍ୟ ବହୁତ ଆକ୍ଟିଭି ରୁହନ୍ତି । ସେ ପ୍ରତିଦିନ ନିଜ ଜୀବନର ପ୍ରତ୍ୟେକ ଛୋଟ ଏବଂ ବଡ ଅପଡେଟ୍ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ବ୍ଲଗ୍‌ ମାଧ୍ୟମରେ ସେୟାର୍ କରନ୍ତି । ସେ ମଧ୍ୟ ତାଙ୍କ ପୁଅ ଗୋଲା ବିଷୟରେ ବ୍ଲଗ୍‌ରେ ସେୟାର କରନ୍ତି । ଟିଭି ହୋଷ୍ଟ ତଥା ହାସ୍ୟ ଅଭିନେତା ହେବା ବ୍ୟତୀତ ଭାରତୀ ସିଂ ଜଣେ ଭଲ ବ୍ଲଗର୍ ମଧ୍ୟ । ଏହା ସହ ଲୋକମାନେ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଥାନ୍ତି ।

D Sonali

Recent Posts

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

1 min ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି (କେନ୍ୟୁଜ) : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ…

3 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

8 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

16 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

34 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

36 mins ago