ଚାରଧାମ ଯାତ୍ରା : ହୃଦ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ୭୨ ଘଣ୍ଟାରେ ଗଲାଣି ୪ ଜୀବନ, ଯମୁନେତ୍ରୀ ଯାତ୍ରା ସ୍ଥଗିତ କଲା ପୋଲିସ

ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରଧାମ ଯାତ୍ରା ଆରମ୍ଭ ହୋଇଛି । ପ୍ରତିଦିନ ଭଳି ଏଠାରେ ହଜାର ହଜାର ସଂଖ୍ୟାରେ ଲୋକ ଚାରଧାମ ଦର୍ଶନ ପାଇଁ ଆସୁଛନ୍ତି । ୧୦ ମଇରୁ ଆରମ୍ଭ ହୋଇଥିବା ଯାତ୍ରାର ୭୨ ଘଣ୍ଟା ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ହୃଦ ସମ୍ବନ୍ଧୀୟ ରୋଗ ଯୋଗୁଁ ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବୟସ୍କ ବ୍ୟକ୍ତିଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ଏଭଳି ମୃତ୍ୟୁ ହୋଇଛି ।

ରବିବାର ଦିନ ଗୁଜରାଟର ୭୫ ବର୍ଷୀୟ ଲକ୍ଷ୍ମୀ ଦେବୀଙ୍କ ମୃତ୍ୟୁ ହୋଇଛି । ସେହିପରି ଉତ୍ତରପ୍ରଦେଶ ୬୨ ବର୍ଷୀୟ ସମ୍ପତି ବାଇଙ୍କ ହାର୍ଟ ସମ୍ବନ୍ଧୀ ଜଟିଳତା ଯୋଗୁଁ ଯମୁନେତ୍ରୀରେ ମୃତ୍ୟୁ ହୋଇଥିଲା । ମହିଳା ଜଣକ ମନ୍ଦିର ଯାଉଥିବା ବେଳେ ମନ୍ଦିର ଠାରୁ କିଛି ବାଟ ଦୂର ଜାନକୀଚଟ୍ଟି ଗାଁ ପାଖରେ ବେହୋସ ହୋଇଥିଲେ । ତାଙ୍କ ପରିବାର ଲୋକ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପୂର୍ବରୁ ଶୁକ୍ରବାର ୨ ଜଣ ତୀର୍ଥଯାତ୍ରୀଙ୍କ ହୃଦ ସମ୍ବନ୍ଧୀୟ ରୋଗ ଯୋଗୁଁ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଉତ୍ତରପ୍ରଦେଶର ବିମଳା ଦେବୀ (୬୯) ଏବଂ ମଧ୍ୟପ୍ରଦେଶର ରାମଗୋପାଳ(୭୧) ସାମିଲ ରହିଛନ୍ତି । ତେବେ ସମସ୍ତ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୃଦ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାରେ ବର୍ଷା ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗ ରାଜ୍ୟରେ ୟୋଲୋ ପରେ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି । ତେଣୁ ଚାରଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁ ବର୍ଷା ସମୟରେ ଯାତ୍ରା ନ କରିବାକୁ କୁହାଯାଇଛି । ବର୍ଷା ବନ୍ଦ ହେବା ପରେ ଯାତ୍ରା ଆରମ୍ଭ କରନ୍ତୁ । ତେବେ ଯମୁନେତ୍ରୀ ଧାମ ଯାତ୍ରା ଏବେ ସ୍ଥଗିତ କରାଯାଇଛି ।

ତେବେ ଶନିବାର ଦିନ ଯମୁନେତ୍ରୀରେ ଭୀଷଣ ଜାମ୍‌ ଯୋଗୁଁ ପୋଲିସ ଶ୍ରଦ୍ଧାଳୁଙ୍କ ଯାତ୍ରା କାର୍ଯ୍ୟକ୍ରମ ସ୍ଥଗତି ରଖିଛି । ଉତ୍ତରକାଶୀ ଜିଲ୍ଲାରେ ୧୦,୦୮୪ ଫୁଟ ଉପରେ ଥିବା ଯମୁନେତ୍ରୀ ଧାମ ଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

26 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago