ମନୋରଂଜନ

ବାଇକ୍ ଚାଳକଙ୍କ ଆକ୍ରମଣର ଶିକାର ହେଲେ ବିଗବସ୍ ପୂର୍ବ ପ୍ରତିଯୋଗୀ ଆସିମ୍ ରିୟାଜ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ବିଗବସ୍ ସିଜିନ୍ ୧୩ର ରନର୍ସଅପ୍ ହୋଇଥିବା ମଡେଲ୍ ଏବଂ ଅଭିନେତା ଆସିମ୍ ରିୟାଜଙ୍କୁ ଜଣେ ବାଇକ୍ ଚାଳକ ଧକ୍କା ଦେଇଛି, ଯାହାଫଳରେ ଅଭିନେତା ଆସିମ୍ ଗୁରୁତର ଆହତ ହୋଇଛନ୍ତି। ଏହି ସମ୍ପର୍କରେ ଆସିମ ନିଜେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

ଆସିମ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ କିଛି ଭିଡିଓ ସେୟାର କରିଛନ୍ତି। ଆସିମ୍ କହିଛନ୍ତି, ମୁଁ ରାସ୍ତାରେ ସାଇକେଲରେ ଯାଉଥିବା ସମୟରେ ହଠାତ୍ ଜଣେ ବାଇକ୍ ଚାଳକ ଜାଣିଶୁଣି ମତେ ଧକ୍କା ଦେଇଥିଲା। ଆସିମ୍ ସେୟାର କରିଥିବା ଭିଡିଓରେ ତାଙ୍କର ଆଣ୍ଠୁ ଏବଂ ପାଦରେ ଗଭୀର କ୍ଷତ ହୋଇଥିବାର ନଜର ଆସିଛି। ଏହାବ୍ଯତୀତ ତାଙ୍କ କାନ୍ଧ ଏବଂ ପିଠିରେ ମଧ୍ଯ ଆଘାତ ଲାଗିଛି। ଅନ୍ଯପଟେ ଜାଣିଶୁଣି ଧକ୍କା ମାରିଥିବା ବାଇକ୍ ଚାଳକ ଧରାପଡିଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଆସିମ୍ ଙ୍କୁ ଆଘାତ ଲାଗିବା ଖବର ସୋସିଆଲ ମିଡିଆରେ ଜଣାପଡିବା ପରେ ତାଙ୍କ ସୁସ୍ଥତା ପାଇଁ ଫ୍ଯାନ୍ସମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଆରମ୍ଭ କରିସାରିଛନ୍ତି। ଟ୍ବିଟରରେ ଆସିମ୍ ରିୟାଜ୍ ଙ୍କ ନାଁ ଟ୍ରେଣ୍ଡ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ଯନ୍ତ ହଜାର ହଜାର ଲୋକ ଆସିମ୍ ଙ୍କୁ ନେଇ ଟ୍ବିଟ୍ କରିସାରିଛନ୍ତି।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

9 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

22 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

23 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago