ବାଇକ୍ ଚାଳକଙ୍କ ଆକ୍ରମଣର ଶିକାର ହେଲେ ବିଗବସ୍ ପୂର୍ବ ପ୍ରତିଯୋଗୀ ଆସିମ୍ ରିୟାଜ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ବିଗବସ୍ ସିଜିନ୍ ୧୩ର ରନର୍ସଅପ୍ ହୋଇଥିବା ମଡେଲ୍ ଏବଂ ଅଭିନେତା ଆସିମ୍ ରିୟାଜଙ୍କୁ ଜଣେ ବାଇକ୍ ଚାଳକ ଧକ୍କା ଦେଇଛି, ଯାହାଫଳରେ ଅଭିନେତା ଆସିମ୍ ଗୁରୁତର ଆହତ ହୋଇଛନ୍ତି। ଏହି ସମ୍ପର୍କରେ ଆସିମ ନିଜେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

aasim1ଆସିମ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ କିଛି ଭିଡିଓ ସେୟାର କରିଛନ୍ତି। ଆସିମ୍ କହିଛନ୍ତି, ମୁଁ ରାସ୍ତାରେ ସାଇକେଲରେ ଯାଉଥିବା ସମୟରେ ହଠାତ୍ ଜଣେ ବାଇକ୍ ଚାଳକ ଜାଣିଶୁଣି ମତେ ଧକ୍କା ଦେଇଥିଲା। ଆସିମ୍ ସେୟାର କରିଥିବା ଭିଡିଓରେ ତାଙ୍କର ଆଣ୍ଠୁ ଏବଂ ପାଦରେ ଗଭୀର କ୍ଷତ ହୋଇଥିବାର ନଜର ଆସିଛି। ଏହାବ୍ଯତୀତ ତାଙ୍କ କାନ୍ଧ ଏବଂ ପିଠିରେ ମଧ୍ଯ ଆଘାତ ଲାଗିଛି। ଅନ୍ଯପଟେ ଜାଣିଶୁଣି ଧକ୍କା ମାରିଥିବା ବାଇକ୍ ଚାଳକ ଧରାପଡିଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

aasim2ଆସିମ୍ ଙ୍କୁ ଆଘାତ ଲାଗିବା ଖବର ସୋସିଆଲ ମିଡିଆରେ ଜଣାପଡିବା ପରେ ତାଙ୍କ ସୁସ୍ଥତା ପାଇଁ ଫ୍ଯାନ୍ସମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଆରମ୍ଭ କରିସାରିଛନ୍ତି। ଟ୍ବିଟରରେ ଆସିମ୍ ରିୟାଜ୍ ଙ୍କ ନାଁ ଟ୍ରେଣ୍ଡ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ଯନ୍ତ ହଜାର ହଜାର ଲୋକ ଆସିମ୍ ଙ୍କୁ ନେଇ ଟ୍ବିଟ୍ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.