ଟ୍ରାକ୍ଟର ଦ୍ୱାରା ବାହାର କରାଯାଉଛି ମଇଁଷିଠୁ କ୍ଷୀର, ଭାଇରଲ ଭିଡିଓକୁ ସେୟାର କଲେ ନିଜେ ଆନନ୍ଦ ମହିନ୍ଦ୍ରା

ଇଣ୍ଟରନେଟ ଦୁନିଆରେ ଆନନ୍ଦ ମହିନ୍ଦ୍ରା ପ୍ରାୟତଃ ମଜାଦାର ଭିଡିଓ ସେୟାର କରିଥାନ୍ତି । ନିକଟରେ ସେ ଟ୍ରାକ୍ଟରରେ ତିଆରି ଏକ ଯୁଗାଡ଼ର ଭିଡିଓ ସେୟାର କରିଥିଲେ ଯାହା ଭାଇରଲ ହୋଇଯାଇଛି । ଏହି ଭିଡିଓରେ କିଛି ଲୋକ ଟ୍ରାକ୍ଟର ସାହାଯ୍ୟରେ ମଇଁଷିଠାରୁ କ୍ଷୀର ବାହାର କରୁଥିବା ଦେଖିବାକୁ ମିଳିଛି ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଅଟେ ।

ଏହି ଭିଡିଓକୁ ସେୟାର କରିବା ସହ ଆନନ୍ଦ ମହିନ୍ଦ୍ରା କ୍ୟାପ୍ସନରେ ଲେଖିଛନ୍ତି “ଗ୍ରାମାଞ୍ଚଳରେ ଆମର ଟ୍ରାକ୍ଟର ଅନେକ ପ୍ରକାର କାମରେ ଲାଗିଥାଏ । ଯାହାର ଭିଡିଓ ଲୋକମାନେ ମୋତେ ପଠାଇଥାନ୍ତି, କିନ୍ତୁ ଏହି ଭିଡ଼ିଓଟି ମୋ ପାଇଁ ନୂଆ । ତେବେ ଆପଣମାନଙ୍କ ମଧ୍ୟରୁ କେହି କହିପାରିବେ କି ଏଠାରେ କଣ ଚାଲିଛି ? ଏଠାରେ କିଏ ନନ-ଇଂଜିନିୟର ଅଛନ୍ତି ଯିଏ ମୋତେ କହିପାରିବ ଯେ ସେ କିପରି ଏମିତି କରିପାରୁଛନ୍ତି ?” ବର୍ତ୍ତମାନ ଆପଣ ବି ଚିନ୍ତାରେ ପଡିଗଲେ ନା ଏଠାରେ ଏମିତି କଣ ଚାଲିଛି ବୋଲି ଜାଣିବା ପାଇଁ । ତାହେଲେ ଶୁଣନ୍ତୁ..

Innovative Use Of Tractor To Milk Cows Wins Anand Mahindra's ...

ଟ୍ରାକ୍ଟରର ଏୟାର ସେକ୍ସନରେ ଏକ ପାଇପ ଯୋଡ଼ା ଯାଇଛି ଯାହା ମଇଁଷିଠୁ କ୍ଷୀର ବାହାର କରୁଥିବା ମେସିନରେ ଯୋଡ଼ା ଯାଇଛି । କିଛି ଟ୍ୱିଟର ୟୁଜରଙ୍କ କହିବା ଅନୁଯାୟୀ ଏୟାର ସେକ୍ସନ ସାହାଯ୍ୟରେ ଭ୍ୟାକ୍ୟୁମ କ୍ରିଏଟ କରାଯାଇ କ୍ଷୀର ବାହାର କରାଯାଉଛି । ଲୋକମାନେ ଏହି ଯୁଗାଡ଼ର ତାରିଫ କରିବା ସହିତ ଟ୍ରାକ୍ଟରକୁ ଅନେକ କାମରେ ବ୍ୟବହାର କରାଯାଉଛି ବୋଲି କହିଛନ୍ତି । କାରଣ କିଏ ଏହାର ଇଂଜିନରେ ଚକି ବନାଇ ପେଷି ଦେଉଛି ତ କେହି ଏହାକୁ ଜେସିବି ମେସିନ ଭାବେ ମଧ୍ୟ ବ୍ୟବହାର କରିପାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.