ମନୋରଂଜନ

ନିଜକୁ ବିଗବିଙ୍କ ଝିଅ କହି ଥାନାରେ ପହଁଚିଲେ ମହିଳା, ପୂରା କଥା ଶୁଣି ଆଶ୍ଚର୍ଯ୍ୟ ହେଲା ପୋଲିସ

କାନ୍ଦି କାନ୍ଦି ମହିଳା ପହଁଚିଲେ ଥାନାରେ, ଆଉ ଗୋଟିଏ କଥା କହିଚାଲିଥିଲେ ମୁଁ ଅମିତାଭ ବଚ୍ଚନଙ୍କ ଝିଅ, ମୋ ଜେଜେଙ୍କ ନାଁ ହରିବଂଶ ରାୟ ବଚ୍ଚନ। ଥାନାରେ ପହଁଚି ମହିଳା କହିଲେ କିଛି ଏମିତି କଥା। ଯାହାକୁ ଶୁଣିବା ପରେ ସମସ୍ତେ ହତବାକ୍‌। କାନ୍ଦ କାନ୍ଦି ମହିଳା କହିଲେ ମୁଁ ଅଭିତାଭ ବଚ୍ଚନଙ୍କ ଝିଅ।

ବିହାରର ଭୋଜପୁର ଜିଲ୍ଲାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଆରାର ଟାଉନ ପୋଲିସ ଷ୍ଟେସନରେ ପହଞ୍ଚି ନିଜକୁ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ ବୋଲି କହିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ସମସ୍ତ ପୋଲିସ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପୋଲିସ କର୍ମଚାରୀ ଏହାକୁ ବିଶ୍ୱାସ ନକରି, ମହିଳାଙ୍କୁ ପଚାରିଥିଲେ ଅମିତାଭ ବଚ୍ଚନ କିଏ? ତେବେ ଉତ୍ତରରେ ମହିଳା କହିଲେ ମୁଁ ଫିଲ୍ମ ଷ୍ଟାର ଅମିତାଭଙ୍କ ଝିଅ ଓ ଜେଜେବାପା ହରିବଂଶ ରାୟ ବଚ୍ଚନଙ୍କ ନାତୁଣୀ। ଏହା ଶୁଣି ସମସ୍ତ ଅଧିକାରୀ ଚୁପ୍ ହୋଇଗଲେ। ତେବେ କିଛି ସମୟ ପରେ ମହିଳାଙ୍କ କାର୍ଯ୍ୟକଳାପ ଦେଖି ପୋଲିସ୍ ବୁଝିଗଲା ଯେ ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ।

ସୂଚନା ଅନୁଯାୟୀ, ଆରା ଟାଉନ୍ ପୋଲିସ୍ ଷ୍ଟେସନରେ ହଠାତ୍ ଜଣେ ମହିଳା କାନ୍ଦି କାନ୍ଦି ଆସି ପହଞ୍ଚିଥିଲେ। ସେ କହିଥିଲେ ମୋ ନାମ ମୋନୀ ଏବଂ ମୁଁ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ। ଜେଜେବାପାଙ୍କ ନାମ ହରିବଂଶ ରାୟ ବଚ୍ଚନ। ପୋଲିସ୍ ଏହାକୁ ବିଶ୍ୱାସ ନକରି, ତାଙ୍କୁ ପଚାରିଥିଲେ କେଉଁ ଅମିତାଭ ବଚ୍ଚନ? ମହିଳା କହିଥିଲେ, କୌନ ବନେଗା କରୋଡପତିର ଅମିତାଭ ବଚ୍ଚନ। ସେ କହିଥିଲେ ତାଙ୍କ ଜେଜେମା ତାଙ୍କ ନାମ ଆରାଧ୍ୟା ଏବଂ ମୋନୀ ରଖିଥିଲେ। ତାଙ୍କୁ ପଚାରାଯିବାରୁ ସେ କେଉଁଠାରେ ରୁହନ୍ତି ? ସେ କହିଥିଲେ ପାକିସ୍ତାନରେ।

ପୋଲିସ ଷ୍ଟେସନରେ ପହଞ୍ଚିଥିବା ମହିଳା ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଏପରି ଅଜବ କାର୍ଯ୍ୟ ଜାରି ରଖିଥିଲେ। ଏହା ପରେ ପୋଲିସ୍ ବୁଝିଯାଇଥିଲା ଯେ ତାଙ୍କ ମାନସିକ ଅବସ୍ଥା ଭଲ ନାହିଁ। ମହିଳା ଜଣକ ବେଳେବେଳେ ଲାଲୁ ଯାଦବଙ୍କ ନାମ ମଧ୍ୟ ନେଉଥିଲେ। ପରେ ପୋଲିସ କୌଣସି ପ୍ରକାରେ ତାଙ୍କୁ ବୁଝାଇ ଘରକୁ ପଠାଇଥିଲା।

Pritiparna

Recent Posts

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 min ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

3 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

6 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

13 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

15 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

29 mins ago