ନିଜକୁ ବିଗବିଙ୍କ ଝିଅ କହି ଥାନାରେ ପହଁଚିଲେ ମହିଳା, ପୂରା କଥା ଶୁଣି ଆଶ୍ଚର୍ଯ୍ୟ ହେଲା ପୋଲିସ

କାନ୍ଦି କାନ୍ଦି ମହିଳା ପହଁଚିଲେ ଥାନାରେ, ଆଉ ଗୋଟିଏ କଥା କହିଚାଲିଥିଲେ ମୁଁ ଅମିତାଭ ବଚ୍ଚନଙ୍କ ଝିଅ, ମୋ ଜେଜେଙ୍କ ନାଁ ହରିବଂଶ ରାୟ ବଚ୍ଚନ। ଥାନାରେ ପହଁଚି ମହିଳା କହିଲେ କିଛି ଏମିତି କଥା। ଯାହାକୁ ଶୁଣିବା ପରେ ସମସ୍ତେ ହତବାକ୍‌। କାନ୍ଦ କାନ୍ଦି ମହିଳା କହିଲେ ମୁଁ ଅଭିତାଭ ବଚ୍ଚନଙ୍କ ଝିଅ।

ବିହାରର ଭୋଜପୁର ଜିଲ୍ଲାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଆରାର ଟାଉନ ପୋଲିସ ଷ୍ଟେସନରେ ପହଞ୍ଚି ନିଜକୁ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ ବୋଲି କହିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ସମସ୍ତ ପୋଲିସ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପୋଲିସ କର୍ମଚାରୀ ଏହାକୁ ବିଶ୍ୱାସ ନକରି, ମହିଳାଙ୍କୁ ପଚାରିଥିଲେ ଅମିତାଭ ବଚ୍ଚନ କିଏ? ତେବେ ଉତ୍ତରରେ ମହିଳା କହିଲେ ମୁଁ ଫିଲ୍ମ ଷ୍ଟାର ଅମିତାଭଙ୍କ ଝିଅ ଓ ଜେଜେବାପା ହରିବଂଶ ରାୟ ବଚ୍ଚନଙ୍କ ନାତୁଣୀ। ଏହା ଶୁଣି ସମସ୍ତ ଅଧିକାରୀ ଚୁପ୍ ହୋଇଗଲେ। ତେବେ କିଛି ସମୟ ପରେ ମହିଳାଙ୍କ କାର୍ଯ୍ୟକଳାପ ଦେଖି ପୋଲିସ୍ ବୁଝିଗଲା ଯେ ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ।

amitabhସୂଚନା ଅନୁଯାୟୀ, ଆରା ଟାଉନ୍ ପୋଲିସ୍ ଷ୍ଟେସନରେ ହଠାତ୍ ଜଣେ ମହିଳା କାନ୍ଦି କାନ୍ଦି ଆସି ପହଞ୍ଚିଥିଲେ। ସେ କହିଥିଲେ ମୋ ନାମ ମୋନୀ ଏବଂ ମୁଁ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ। ଜେଜେବାପାଙ୍କ ନାମ ହରିବଂଶ ରାୟ ବଚ୍ଚନ। ପୋଲିସ୍ ଏହାକୁ ବିଶ୍ୱାସ ନକରି, ତାଙ୍କୁ ପଚାରିଥିଲେ କେଉଁ ଅମିତାଭ ବଚ୍ଚନ? ମହିଳା କହିଥିଲେ, କୌନ ବନେଗା କରୋଡପତିର ଅମିତାଭ ବଚ୍ଚନ। ସେ କହିଥିଲେ ତାଙ୍କ ଜେଜେମା ତାଙ୍କ ନାମ ଆରାଧ୍ୟା ଏବଂ ମୋନୀ ରଖିଥିଲେ। ତାଙ୍କୁ ପଚାରାଯିବାରୁ ସେ କେଉଁଠାରେ ରୁହନ୍ତି ? ସେ କହିଥିଲେ ପାକିସ୍ତାନରେ।

ପୋଲିସ ଷ୍ଟେସନରେ ପହଞ୍ଚିଥିବା ମହିଳା ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଏପରି ଅଜବ କାର୍ଯ୍ୟ ଜାରି ରଖିଥିଲେ। ଏହା ପରେ ପୋଲିସ୍ ବୁଝିଯାଇଥିଲା ଯେ ତାଙ୍କ ମାନସିକ ଅବସ୍ଥା ଭଲ ନାହିଁ। ମହିଳା ଜଣକ ବେଳେବେଳେ ଲାଲୁ ଯାଦବଙ୍କ ନାମ ମଧ୍ୟ ନେଉଥିଲେ। ପରେ ପୋଲିସ କୌଣସି ପ୍ରକାରେ ତାଙ୍କୁ ବୁଝାଇ ଘରକୁ ପଠାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.