ଓମିକ୍ରନ ରୋଗୀଙ୍କୁ ନିଃଶ୍ୱାସ ନେବାରେ କେତେ ହେଉଛି କଷ୍ଟ, ମୃତ୍ୟୁର ଆଶଙ୍କା କେତେ…? ଏ ସବୁର ତଥ୍ୟ ରଖିଲେ ଦକ୍ଷିଣ ଆଫ୍ରିକା ଡାକ୍ତର

କରୋନା ଭାଇରସ୍‌ର ନୂଆ ଓମିକ୍ରନ୍ ଭ୍ୟାରିଆଣ୍ଟର ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାରି ଭିତରେ ଦକ୍ଷିଣ ଆଫ୍ରିକାର ଓମିକ୍ରନ୍ ଏପିସେଣ୍ଟରରେ ଏକ ବଡ଼ ହସ୍ପିଟାଲର ପ୍ରାଥମିକ ତଥ୍ୟ କହୁଛି ଯେ ଏଠାରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବଢ଼ିଛି। କିନ୍ତୁ ରୋଗୀମାନଙ୍କୁ ଗୁରୁତର ମେଡିକାଲ ସହାୟତାର ଆବଶ୍ୟକତା କମ୍‌ ପଡ଼ୁଛି। ପ୍ରିଟୋରିଆରେ ଦ ଷ୍ଟିଭ୍ ବିଇକୋ ଏବଂ ସ୍କ୍ୱାନେ ଜିଲ୍ଲା ହସ୍ପିଟାଲ ୧୪ରୁ ୨୯ ନଭେମ୍ବର ମଧ୍ୟରେ ୧୬୬ ନୂତନ ମାମଲା ରିପୋର୍ଟ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ୪୨ ରୋଗୀ ଏବେ ବି ୱାର୍ଡରେ ଭର୍ତ୍ତି ଅଛନ୍ତି। ଦକ୍ଷିଣ ଆଫ୍ରିକାର ମେଡିକାଲ ରିସର୍ଚ୍ଚ କାଉନସିଲ ଏବଂ ଷ୍ଟିଭ ବିଇକୋ ହସ୍ପିଟାଲରେ ସଂକ୍ରାମକ ରୋଗର ଡାକ୍ତର ଫରିଦ ଅବଦୁଲ୍ଲାହ ଏହି ରୋଗୀମାନଙ୍କର ଲକ୍ଷଣ ଏବଂ ସେମାନଙ୍କ ସ୍ଥିତିକୁ ନିକଟରୁ ଅନୁଧ୍ୟାନ କରିଛନ୍ତି।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିକେବଲ୍ ଡିଜିଜ୍‌ ନିଶ୍ଚିତ କରିଥିଲା ଯେ ଏପିସେଣ୍ଟରରେ ପ୍ରାୟ ସମସ୍ତ ନୂଆ ମାମଲା ଓମିକ୍ରନ୍ ଭ୍ୟାରିଆଣ୍ଟର ରହିଛି। ଯଦିଓ ଡାକ୍ଟର ଅବଦୁଲ୍ଲାହ ଏବଂ ତାଙ୍କ ଟିମ୍‌ ଏ ପର୍ଯ୍ୟନ୍ତ ଏହାର ପ୍ରମାଣ ସଂଗ୍ରହ କରିପାରି ନାହାନ୍ତି। ଡାକ୍ତର ଅବଦୁଲ୍ଲାହ କହିଛନ୍ତି କି, ଏକ ଯୁକ୍ତିଯୁକ୍ତ ଅନୁମାନ ଲଗାଯାଇ ପାରିବ ଯେ ଏହି ତଥ୍ୟ ସହ ଜଡିତ ମାମଲାଗୁଡ଼ିକ ନୂଆ ଭ୍ୟାରିଆଣ୍ଟର ସଂକ୍ରମଣ ହୋଇପାରେ।

କେମିତି ଥିଲା ରୋଗୀଙ୍କ ଲକ୍ଷଣ ଏବଂ ଅବସ୍ଥା

ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ୱାର୍ଡରେ ଭର୍ତ୍ତି ହୋଇଥିବା ଅଧିକାଂଶ ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକ ପଡ଼ି ନ ଥିଲା, ଯେମିତି କି, ଗତ ଲହରୀରେ ଦେଖା ଯାଇଥିଲା। ୨ ଡିସେମ୍ବରରେ ମୋଟ ୩୮ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ଏହି ୩୮ ବୟସ୍କଙ୍କ ମଧ୍ୟରୁ ୬ ଭ୍ୟାକ୍ସିନେଟେଡ୍‌, ୨୪ ଅନଭ୍ୟାକ୍ସିନେଟେଡ୍‌ ଏବଂ ୮ ଜଣ ଏମିତି ଥିଲେ, ଯେଉଁମାନଙ୍କର ଟିକାକରଣ ସ୍ଥିତିର କୌଣସି ବି ସୂଚନା ନ ଥିଲା। ସଂପୂର୍ଣ୍ଣ ଭାବେ ଭ୍ୟାକ୍ସିନେଟେଡ୍‌ କେବଳ ଜଣେ ହିଁ ବ୍ୟକ୍ତିଙ୍କୁ ଅମ୍ଳଜାନରେ ରଖା ଯାଇଥିଲା। କାହିଁକି ନା, ଫୁସଫୁସରେ ପଲ୍‌ମୋନାରୀ ଡିଜିଜ୍‌ ଯୋଗୁ ଚିକିତ୍ସାର ଆବଶ୍ୟକ ଥିଲା। ଏହି ଦୁଇ ସପ୍ତାହ ମଧ୍ୟରେ ୨ ଜଣଙ୍କୁ ଇନଣ୍ଟେସିଭ୍‌ କେୟାରରେ ରଖିବାର ଆବଶ୍ୟକ ପଡ଼ିଥିଲା।

କୋଭିଡ ୱାର୍ଡରେ ଭର୍ତ୍ତି ରୋଗୀଙ୍କ ମଧ୍ୟରୁ କେବଳ ୧୯ ପ୍ରତିଶତ ରୋଗୀ ୯ ବର୍ଷରୁ ଅଧିକ ବୟସର ପିଲା ଥିଲେ। ଯେତେବେଳେ ୨୮ ପ୍ରତିଶତ ରୋଗୀଙ୍କ ବୟସ ୩୦ରୁ ୩୯ ବର୍ଷ ମଧ୍ୟରେ ଥିଲା। କୋଭିଡ ୱାର୍ଡର ରିପୋର୍ଟ ମୁତାବକ, ଗତ ଦୁଇ ସପ୍ତାହ ମଧ୍ୟରେ ଏଠାରେ କୌଣସି ବି ରୋଗୀଙ୍କର ମୃତ୍ୟୁ ହୋଇ ନାହିଁ। କହି ରଖୁଛୁ କି, ଗତ ୧୮ ମାସ ମଧ୍ୟରେ ହୋଇଥିବା ମୋଟ ମୃତ୍ୟୁରେ ପିଲାଙ୍କ ଅଂଶ ୧୭ ପ୍ରତିଶତ ରହିଛି। ଏ ପର୍ଯ୍ୟନ୍ତ ଏଠାରେ ସମୁଦାୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଯଦିଓ ସେମାନଙ୍କୁ ଓମିକ୍ରନ୍ ସହିତ ଯୋଡ଼ା ଯାଇନାହିଁ। ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିପାରେ। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହା ଆହୁରି ସ୍ପଷ୍ଟ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.