Categories: ମନୋରଂଜନ

ଭାଇରାଲ୍‌ ହେଉଛି ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ ‘‘ଆଦତ୍‌’’ର ମେକିଂ ଭିଡିଓ, ରିଲିଜ୍‌ ପୂର୍ବରୁ ସାଉଁଣ୍ଟିଲାଣି ପ୍ରଶଂସା

‘‘ତେରି ମେରି କାହାଣୀ’’ର ସଫଳତା ପରେ ରାନୁ ମଣ୍ଡଳଙ୍କ ଆଉ ଏକ ନୂଆ ଗୀତ ‘‘ଆଦତ୍‌’’ ଆସିବାକୁ ଯାଉଛି। ଏହି ଗୀତର ମେକିଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ହିମେଶ ରେଶମିୟା ଏହି ଭିଡିଓକୁ ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ମାତ୍ର କିଛି ଘଣ୍ଟାରେ ହିଁ ଏହି ଭିଡିଓକୁ ଲକ୍ଷେରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିସାରିଲାଣି।

 

ଏହି ଭିଡ଼ିଓକୁ ସେୟାର କରି ହିମେଶ ଲେଖିଛନ୍ତି ଯେ ରାନୁ ମଣ୍ଡଳଙ୍କ ସ୍ୱରରେ ଯାଦୁ ରହିଛି। ‘‘ଆଦତ୍‌’’ର ରେକର୍ଡିଂ ବେଳେ ମୁଁ ଅନୁଭବ କଲି ଯେ ରାନୁ ସମସ୍ତ ଗୀତକୁ ଉପଯୁକ୍ତ ଢଙ୍ଗରେ ଗାଇବା କ୍ଷମତା ରଖନ୍ତି। ‘‘ଆତଦ୍‌’’ ଶୁଣିବା ପରେ ଆପଣ ମଧ୍ୟ ଏହା ଜାଣିପାରିବେ। ତାଙ୍କ ସ୍ୱର ଶ୍ରୁତି ମଧୁର ଓ ଭର୍ସାଟାଇଲ୍‌ ବୋଲି ହିମେଶ ଲେଖିଛନ୍ତି।

ଏହାସହ ପଢ଼ନ୍ତୁ: ପ୍ରଥମ ଥର ପାଇଁ ତାଜମହଲ ପରିଦର୍ଶନ କରି ଆତ୍ମବିଭୋର ହୋଇପଡ଼ିଲେ କାଜଲ, ଭାଇରାଲ ହେଉଛି ଫଟୋ

ରିପୋର୍ଟ ମୁତାବକ, ରାନୁ ମଣ୍ଡଳ ‘‘ଆଦତ୍‌’’ ଛଡ଼ା ହିମେଶ ରେଶମିୟାଙ୍କ ସହ ‘‘ଆଶିକି ମେ ତେରି’’ ଗୀତ ପାଇଁ ମଧ୍ୟ କଣ୍ଠଦାନ କରିବେ। ପୂର୍ବରୁ ତାଙ୍କ ଡେବ୍ୟୁ ଗୀତ ତେରି ମେରି କାହାଣୀ ସୁପରହିଟ୍‌ ହୋଇଥିଲା।

ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନ୍‌ରେ ଗୀତ ଗାଇ ରାନୁ ମଣ୍ଡଳ ଗୁଜୁରାଣ ମେଣ୍ଟାଉଥିଲେ। ତାଙ୍କର ଏକ ଭିଡ଼ିଓ ରାତାରାତି ତାଙ୍କୁ ଷ୍ଟାର ବନାଇଦେଇଥିଲା। ତାଙ୍କ ସ୍ୱର ହିମେଶ ରେଶମିୟାଙ୍କ ସମେତ ଅନ୍ୟ କଣ୍ଠଶିଳ୍ପୀଙ୍କୁ ମଧ୍ୟ ବେଶ୍‌ ପ୍ରଭାବିତ କରିଥିଲା।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

35 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago