ଭାଇରାଲ୍ ହେଉଛି ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ ‘‘ଆଦତ୍’’ର ମେକିଂ ଭିଡିଓ, ରିଲିଜ୍ ପୂର୍ବରୁ ସାଉଁଣ୍ଟିଲାଣି ପ୍ରଶଂସା
‘‘ତେରି ମେରି କାହାଣୀ’’ର ସଫଳତା ପରେ ରାନୁ ମଣ୍ଡଳଙ୍କ ଆଉ ଏକ ନୂଆ ଗୀତ ‘‘ଆଦତ୍’’ ଆସିବାକୁ ଯାଉଛି। ଏହି ଗୀତର ମେକିଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ହିମେଶ ରେଶମିୟା ଏହି ଭିଡିଓକୁ ନିଜ ଇନ୍ଷ୍ଟ୍ରାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ମାତ୍ର କିଛି ଘଣ୍ଟାରେ ହିଁ ଏହି ଭିଡିଓକୁ ଲକ୍ଷେରୁ ଊର୍ଦ୍ଧ୍ୱ ଲାଇକ୍ ମିଳିସାରିଲାଣି।
ଏହି ଭିଡ଼ିଓକୁ ସେୟାର କରି ହିମେଶ ଲେଖିଛନ୍ତି ଯେ ରାନୁ ମଣ୍ଡଳଙ୍କ ସ୍ୱରରେ ଯାଦୁ ରହିଛି। ‘‘ଆଦତ୍’’ର ରେକର୍ଡିଂ ବେଳେ ମୁଁ ଅନୁଭବ କଲି ଯେ ରାନୁ ସମସ୍ତ ଗୀତକୁ ଉପଯୁକ୍ତ ଢଙ୍ଗରେ ଗାଇବା କ୍ଷମତା ରଖନ୍ତି। ‘‘ଆତଦ୍’’ ଶୁଣିବା ପରେ ଆପଣ ମଧ୍ୟ ଏହା ଜାଣିପାରିବେ। ତାଙ୍କ ସ୍ୱର ଶ୍ରୁତି ମଧୁର ଓ ଭର୍ସାଟାଇଲ୍ ବୋଲି ହିମେଶ ଲେଖିଛନ୍ତି।
ଏହାସହ ପଢ଼ନ୍ତୁ: ପ୍ରଥମ ଥର ପାଇଁ ତାଜମହଲ ପରିଦର୍ଶନ କରି ଆତ୍ମବିଭୋର ହୋଇପଡ଼ିଲେ କାଜଲ, ଭାଇରାଲ ହେଉଛି ଫଟୋ
ରିପୋର୍ଟ ମୁତାବକ, ରାନୁ ମଣ୍ଡଳ ‘‘ଆଦତ୍’’ ଛଡ଼ା ହିମେଶ ରେଶମିୟାଙ୍କ ସହ ‘‘ଆଶିକି ମେ ତେରି’’ ଗୀତ ପାଇଁ ମଧ୍ୟ କଣ୍ଠଦାନ କରିବେ। ପୂର୍ବରୁ ତାଙ୍କ ଡେବ୍ୟୁ ଗୀତ ତେରି ମେରି କାହାଣୀ ସୁପରହିଟ୍ ହୋଇଥିଲା।
ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନ୍ରେ ଗୀତ ଗାଇ ରାନୁ ମଣ୍ଡଳ ଗୁଜୁରାଣ ମେଣ୍ଟାଉଥିଲେ। ତାଙ୍କର ଏକ ଭିଡ଼ିଓ ରାତାରାତି ତାଙ୍କୁ ଷ୍ଟାର ବନାଇଦେଇଥିଲା। ତାଙ୍କ ସ୍ୱର ହିମେଶ ରେଶମିୟାଙ୍କ ସମେତ ଅନ୍ୟ କଣ୍ଠଶିଳ୍ପୀଙ୍କୁ ମଧ୍ୟ ବେଶ୍ ପ୍ରଭାବିତ କରିଥିଲା।