Below header

ପୁଣି ସାମରିକ କ୍ଷମତା ଦେଖାଇଲା ଭାରତ, ଓଡ଼ିଶା ଉପକୂଳରୁ ଏୟାର୍‌ ଟୁ ଏୟାର ମିସାଇଲ୍‌ ‘ଅସ୍ତ୍ର’ର ସଫଳ ପରୀକ୍ଷଣ

ପୁଣି ସାମରିକ କ୍ଷମତା ଦେଖାଇଲା ଭାରତ । ଓଡ଼ିଶା ବଙ୍ଗୋପସାଗର ଉପକୂଳରେ ଏୟାର ଟୁ ଏୟାର ମିସାଇଲ ‘ଅସ୍ତ୍ର’ର ସଫଳ ପରୀକ୍ଷଣ । ସୁଖୋଇ -୩୦ ଏମକେଆଇ ଯୋଗେ ଆକାଶ ମାର୍ଗରୁ ଏହି ପରୀକ୍ଷଣ କରାଯାଇଛି । ଅସ୍ତ୍ର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଏୟାର ଟୁ ଏୟାର ମିସାଇଲ । ବିଭିନ୍ନ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ, ଟ୍ରାକିଂ ସିଷ୍ଟମ ଏବଂ ସେନ୍ସର ସାହାଯ୍ୟରେ ଏହି ମିସାଇଲକୁ ଟ୍ରାକ କରାଯାଇଥିଲା । ଆଉ ଅସ୍ତ୍ର ଟାର୍ଗେଟ ଭେଦ କରିଥିବା ଜଣାପଡିଛି । ବିୟୋଣ୍ଡ ଭିଜୁଆଲ ରେଞ୍ଜ ମିସାଇଲ ୭୦ କିଲୋମିଟର ଟାର୍ଗେଟକୁ ପୂରଣ କରିପାରିଛି । ଏହା ଘଣ୍ଟା ପ୍ରତି ୫ ହଜାର ୫୫୫ କିଲୋମିଟର ବେଗରେ ଗତି କରିପାରିବ । ଡିଆରଡିଓ ସମେତ ୫୦ଟି ସରକାରୀ ଓ ବେସରକାରୀ ସଂସ୍ଥା ‘ଅସ୍ତ୍ର’ର ନିର୍ମାଣ କରିଛନ୍ତି । ଆକାଶ ମାର୍ଗରେ ବ୍ୟବହାର କରିବା ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ବା HAL ସୁଖୋଇ ବିମାନକୁ ସ୍ୱତନ୍ତ୍ର ଭାବେ ଡିଜାଇନ କରିଛି । ‘ଅସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଓ ଏୟାର ଫୋର୍ସକୁ ଅଭିନନ୍ଦନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.