ରାଜନୈତିକ ପୃଷ୍ଠଭୂମିରେ ମହିଳା ସଶକ୍ତୀକରଣ, ଓଡ଼ିଆ ଚଳଚ୍ଚିତ୍ର ‘କ୍ରାନ୍ତିଧାରା’କୁ ଆଉ ଏକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ

ରାଜନୈତିକ ପୃଷ୍ଠଭୂମିରେ ମହିଳା ସଶକ୍ତୀକରଣ। ଏହା ଉପରେ ଆଧାରିତ ସିନେମା ‘କ୍ରାନ୍ତିଧାରା’କୁ ଆଉ ଏକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ । ଏସିଆନ୍‌ ଏକ୍ସଲେଣ୍ଟ ଫିଲ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛି । ସିଓଲ ଇଣ୍ଟରନେସନାଲ ୟୁଥ୍‌ ଫିଲ୍ମ ଫେଷ୍ଟିଭାଲରେ କ୍ରାନ୍ତିଧାରାକୁ ପୁରସ୍କୃତ କରାଯିବ । ଏହି ସଫଳତା ପାଇଁ ଟିମର ସବୁ ସଦସ୍ୟଙ୍କୁ ଶ୍ରେୟ ଦେଇଛନ୍ତି କ୍ରାନ୍ତିଧାରା ଚଳଚ୍ଚିତ୍ରର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ।

ଓଡ଼ିଆ ଚଳଚ୍ଚିତ୍ର ‘କ୍ରାନ୍ତିଧାରା’କୁ ଆଉ ଏକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ। ଏସିଆନ୍‌ ଏକ୍ସଲେଣ୍ଟ ଫିଲ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛି । ସିଓଲ ଇଣ୍ଟରନେସନାଲ ୟୁଥ୍‌ ଫିଲ୍ମ ଫେଷ୍ଟିଭାଲରେ କ୍ରାନ୍ତିଧାରାକୁ ପୁରସ୍କୃତ କରାଯିବ । ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ, କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା ଫିଲ୍ମ ଡ. ଇତି ସାମନ୍ତଙ୍କ ‘ଝଡ଼ ପରର ସୂର୍ଯ୍ୟ’ ଗଳ୍ପ ଉପରେ ଆଧାରିତ। ସିଓଲ ସ୍ଥିତ ଇଣ୍ଟରନେସନାଲ ଫେଡେରେସନ୍‌ ଅଫ୍‌ ଫିଲ୍ମ ଡେଭେଲପମେଣ୍ଟ ପକ୍ଷରୁ ଆସନ୍ତା ୨୧ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେଇ କ୍ରାନ୍ତିଧାରା ଚଳଚ୍ଚିତ୍ରର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପୁରସ୍କାର ଗ୍ରହଣ କରିବେ ।

ଓଡ଼ିଆ ସିନେ ଜଗତର ଏକ ମାଇଲ୍‌ଖୁଣ୍ଟ ଭାବେ ପରିଚିତ ହେଉଥିବା କ୍ରାନ୍ତିଧାରାକୁ ସର୍ବଶ୍ରେଷ୍ଠ ସିନେମା, ଶ୍ରେଷ୍ଠ କାହାଣୀ ପାଇଁ ଡ. ଇତି ସାମନ୍ତ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଗାର୍ଗି ମହାନ୍ତିଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ କ୍ରାନ୍ତିଧାରା ଦେଶ ବିଦେଶରେ ଅନେକ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହୋଇଛି ।