ସାନିଆ ମିର୍ଜାଙ୍କ ପାଇଁ ଜେଲ୍‌ ଭୋଗିଥିଲେ ଏଇ ଭୋଜପୁରୀ ଫିଲ୍ମର ସୁପରଷ୍ଟାର, ସେ କିଏ ଜାଣନ୍ତି କି ?

ଭୋଜପୁରୀ ଫିଲ୍ମର ସୁପରଷ୍ଟାର ଖେସରୀ ଲାଲ ଯାଦବ । ଯାହାଙ୍କର ଗୀତକୁ ତାଙ୍କ ଫ୍ୟାନ୍‌ମାନେ ଅପେକ୍ଷା କରି ରହିଥାନ୍ତି । ନିଜର ବିବାଦୀୟ ଭିଡିଓ ଓ ବୟାନ୍‌ ପାଇଁ ବେଶ୍‌ ଜଣାଶୁଣା । ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଏକଥା କେହି ଜାଣିଥିବେ କି ନାହିଁ ଏଇ ଷ୍ଟାର୍‌ ଜଣକ ଦିନେ ଜେଲ୍‌ ଯାଇଥିଲେ । ଆଉ ଜେଲ୍‌ ଯିବା ପଛର କାରଣ ହେଉଛନ୍ତି ଟେନିସ୍‌ କୁଇନ୍‌ ସାନିଆ ମିର୍ଜା ।
ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ ଯେ ଖେସରୀ ଲାଲଙ୍କ ଭଳି ଜଣେ ଆଞ୍ଚଳିକ ଫିଲ୍ମ ଅଭିନେତାଙ୍କ ସହ ସାନିଆଙ୍କର କଣ ସମ୍ପର୍କ ? ତେବେ ଏଠି ଆମେ କହି ରଖୁଛୁ ଯେ ସାନିଆ ପାକିସ୍ତାନୀ କ୍ରିକେଟର୍‌ ସୋଏବ ମଲ୍ଲିକଙ୍କ ବିବାହ ପୂର୍ବରୁ ଏହି ଘଟଣା ଘଟିଥିଲା । ସାନିଆଙ୍କ ସୁନ୍ଦରତା ଉପରେ ଖେସରୀଲାଲ ବହୁତ ଗୀତ ଗାଇଥିଲେ ଓ ପ୍ରଶଂସା ବି କରିଥିଲେ । ହେଲେ ଏମିତି କହୁ କହୁ କହି ଦେଲେ ଯେ ‘ସାନିଆ ତୁମକୁ କଣ ଭାରତରେ କେହି ପ୍ରେମ କରିବାକୁ ଅବା ବାହା ହେବାକୁ ମିଳିଲେ ନାହିଁ ଯେ ତୁମେ ପାକିସ୍ତାନୀ ଖୋଜିଲ ? ଆମର ଏଠି ସଲମାନ, ସଚିନ, ୟୁସୁଫ ପଠାନ୍‌ଙ୍କ ଭଳି କେତେ କେତେ ହ୍ୟାଣ୍ଡସମ୍‌ ଓ ଷ୍ଟାର ଥିଲେ ତାଙ୍କୁ ଖୋଜିଥାନ୍ତ ? ଗୀତ ଥିଲା, ‘ନଥିୟା ବାଲି ସାନିୟା ଦୁଲ୍‌ହା ଖୋଜଲି ପାକିସ୍ତାନୀ..’ ।

KHESARI-1ବାସ୍‌ ଏତିକି ମନ୍ତବ୍ୟରେ ସାନିଆ ରାଗି ଗଲେ ଓ ଖେସରୀ ଲାଲଙ୍କ ଉପରେ ଦାଉ ସାଧିଲେ । ତାଙ୍କ ବିରୋଧରେ କେସ୍‌ ହେଲା ଏବଂ ଖେସରୀ କିଛି ଦିନ୍‌ ଜେଲ୍‌ ମଧ୍ୟ ଗଲେ । ତେବେ ଏଇ ଘଟଣା ବେଳକୁ ଖେସରୀ ନିଜ ଅଭିନୟ ଜୀବନରେ ସଂଘର୍ଷ କରୁଥିଲେ । ଏହା ପରେ କିନ୍ତୁ ଷ୍ଟାର୍‌ ହୋଇଗଲେ । ଖେସରୀ କୁହନ୍ତି ଯେ ମୁଁ ସାନିଆଙ୍କର ବହୁତ ବଡ଼ ଫ୍ୟାନ୍‌ । ସେ ସୋଏବ ମଲିକଙ୍କୁ ବାହା ହେବାକୁ ନିଷ୍ପତ୍ତି ନେବା ପରେ ମୋତେ ବହୁତ ବାଧିଥିଲା । ତେଣୁ ମୁଁ ଏଇ ଗୀତ ଗାଇଥିଲି । ହେଲେ ଗୀତ ଗାଇବା ପରେ ମୋତେ ତିନି ଦିନ ତିହାର ଜେଲ୍‌ରେ ରହିବାକୁ ପଡ଼ିଥିଲା । ଅବଶ୍ୟ ଏହା ପରେ ଖେସରୀ ଲାଲ ବେଶି ଚର୍ଚ୍ଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ କପିଲ ଶର୍ମା ସେମାନଙ୍କୁ ତାଙ୍କ ସୋ’ରେ ଏକାଠି କରିଥିଲେ ଓ ଦୁଇଜଣଙ୍କ ଭିତରେ ଥିବା ମନ୍ତାର ଦୂର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.