ତାତିରୁ ମିଳିବ ତ୍ରାହି, ଆଜି କାଳ ବୈଶାଖୀ ବର୍ଷା ସମ୍ଭାବନା

ଆଜି କିଛି ସ୍ଥାନରେ ତାତିରୁ ମିଳିପାରେ ତ୍ରାହି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି । ୪୫ ଡିଗ୍ରୀ ମୁହାଁ ହୋଇଛି ପାରଦ। ଗତକାଲି ଚଳିତ ଗ୍ରୀଷ୍ମଋତୁରେ ପ୍ରଥମ ଥର ପାଇଁ ତାପମାତ୍ରା ୪୪ ଡିଗ୍ରୀ ଟପିଥିଲା।

ଭୁବନେଶ୍ୱର (କେନ୍ୟୁଜ): ଆଜି କିଛି ସ୍ଥାନରେ ତାତିରୁ ମିଳିପାରେ ତ୍ରାହି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି । ଉପଗ୍ରହରୁ ଜଳୀୟବାଷ୍ପ ସଂପର୍କିତ ଚିତ୍ରରୁ ସ୍ପଷ୍ଟ ହୋଇଛି ଯେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବଙ୍ଗୋପସାଗର ଅଞ୍ଚଳରୁ ପ୍ରବାହିତ ବାୟୁର ସକ୍ରିୟତା ବୃଦ୍ଧି ସହ ଧୀରେ ଧୀରେ ଜଳୀୟ ବାସ୍ପର ମାତ୍ରା ବୃଦ୍ଧି ପାଇଛି। ଜଳୀୟବାସ୍ପପୂର୍ଣ୍ଣ ବାୟୁ ଓ ଉତ୍ତପ୍ତ ବାୟୁମଣ୍ଡଳ ପରସ୍ପର ସହ ପ୍ରତିକ୍ରିୟା ହେତୁ ଆଜି ଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗତ କିଛି ଦିନ ହେଲା ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା । ଆକାଶାରୁ ନିଆଁ ଖସୁଛି। ୪୫ ଡିଗ୍ରୀ ମୁହାଁ ହୋଇଛି ପାରଦ। ଗତକାଲି ଚଳିତ ଗ୍ରୀଷ୍ମଋତୁରେ ପ୍ରଥମ ଥର ପାଇଁ ତାପମାତ୍ରା ୪୪ ଡିଗ୍ରୀ ଟପିଥିଲା। ବୌଦ୍ଧରେ ସର୍ବାଧିକ ୪୪.୩ ଓ ବାରିପଦାରେ ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ତେବେ ଆଜି ପାଇଁ ଭୀଷଣ ଗ୍ରୀଷ୍ମଲହରୀ ନେଇ ୪ ଜିଲ୍ଲା ଓ ଗ୍ରୀଷ୍ମଲହରୀ ପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.