ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡ଼ିବା ଘଟଣା: ଏବେବି ୭ ନିଖୋଜଙ୍କୁ ଖୋଜୁଛନ୍ତି ସ୍କୁବା ଡାଇଭର

ମହାନଦୀରେ ୭ ନିଖୋଜଙ୍କୁ ଖୋଜୁଛନ୍ତି ସ୍କୁବା ଡାଇଭର। ସର୍ଚ୍ଚ କ୍ୟାମେରା ସହାୟତାରେ ଖୋଜା ଯାଉଛି। ଗତକାଲି ଝାରସୁଗୁଡ଼ାରେ ମହାନଦୀରେ ଡଙ୍ଗା ବୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ। କିନ୍ତୁ ନିଖୋଜଙ୍କ ସନ୍ଧାନ ମିଳି ନଥିଲା। ଭୁବନେଶ୍ବରରୁ ସ୍କୁବା ଡାଇଭର ଯାଇଥିଲେ।

ଝାରସୁଗୁଡ଼ା (କେନ୍ୟୁଜ); ମହାନଦୀରେ ୭ ନିଖୋଜଙ୍କୁ ଖୋଜୁଛନ୍ତି ସ୍କୁବା ଡାଇଭର । ସର୍ଚ୍ଚ କ୍ୟାମେରା ସହାୟତାରେ ଖୋଜା ଯାଉଛି । ଗତକାଲି ଝାରସୁଗୁଡ଼ାରେ ମହାନଦୀରେ ଡଙ୍ଗା ବୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ । କିନ୍ତୁ ନିଖୋଜଙ୍କ ସନ୍ଧାନ ମିଳି ନଥିଲା । ଭୁବନେଶ୍ବରରୁ ସ୍କୁବା ଡାଇଭରଙ୍କ ସହ ୨ଟି ସର୍ଚ୍ଚ କ୍ୟାମେରା ଯାଇଛି । ଏହି ଟିମ ଖୋଜାଖୋଜି ଆରମ୍ଭ କରିଛି। ଏମାନଙ୍କ ସହ ସର୍ଚ୍ଚ ଅପରେସନରେ ଅଛନ୍ତି ସ୍ଥାନୀୟ ଅଗ୍ନିଶମ ବାହିନୀ। ଭଟଲୀ, ଲକ୍ଷ୍ମନପୁର ଓ ସମ୍ବଲପୁରର ଟିମ ଘଟଣାସ୍ଥଳକୁ ଯାଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ଛତିଶଗଡ଼ ଅତରଲିଆର ୫୦ ଜଣ ବୋଟରେ ବରଗଡ଼ ଆମ୍ବାଭୋନାର ପଥରସିନୀରେ ପିକନିକ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଯାତ୍ରୀଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ପିଲା ଥିଲେ l ତେବେ ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରାୟ ୪୦ଜଣଙ୍କୁ ଉଦ୍ଧାର କରିଛନ୍ତି । ହେଲେ, ଦୁର୍ଭାଗ୍ୟବଶତଃ ୨ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୭ ଜଣ ନିଖୋଜ ଅଛନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିବା କୁହାଯାଉଛି । ଏହି ଖବର ସାମନାକୁ ଆସିବା ପରେ, ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଏକ ସ୍କୁବା ଡାଇଭର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି ।

୨ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସହିତ ଉଦ୍ଧାର ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.