କାଳ ହେଲା ଅନୈତିକ ସର୍ମ୍ପକ : ସ୍ତ୍ରୀର ପ୍ରେମିକକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ 

ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀର ପ୍ରେମିକକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ ।  ହତ୍ୟାକାଣ୍ଡ ଘଟିଛି ଯାଜପୁର ସହର ସାନବଜାର ଅଂଚଳରେ।  ମୃତକଙ୍କ ନାଁ ଜୟଦେବ ମହାଳିକ ଓରଫ ଚିନୁ। ବଡବଜାର ଅଂଚଳର ମାନସ ରଂଜନ ପଣ୍ଡା ଓରଫ ଲିଙ୍ଗ ଘରେ ପଶି ଧାରୁଆ ଅସ୍ତ୍ରରେ ବେକ କାଟି ଚିନୁଙ୍କୁ ହତ୍ୟା କରିବା ପରେ ଯାଜପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । 

ଯାଜପୁର (କେନ୍ୟୁଜ): ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀର ପ୍ରେମିକକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ । ହତ୍ୟାକାଣ୍ଡ ଘଟିଛି ଯାଜପୁର ସହର ସାନବଜାର ଅଂଚଳରେ।  ମୃତକଙ୍କ ନାଁ ଜୟଦେବ ମହାଳିକ ଓରଫ ଚିନୁ। ବଡବଜାର ଅଂଚଳର ମାନସ ରଂଜନ ପଣ୍ଡା ଓରଫ ଲିଙ୍ଗ ଘରେ ପଶି ଧାରୁଆ ଅସ୍ତ୍ରରେ ବେକ କାଟି ଚିନୁଙ୍କୁ ହତ୍ୟା କରିବା ପରେ ଯାଜପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ମାନସଙ୍କ ସ୍ତ୍ରୀ ସହ ଚିନୁ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ଥିଲା ।

ସୂଚନା ମୁତାବକ  ଜୟଦେବ ଓରଫ ଚିନୁ ଦୀର୍ଘବର୍ଷ ଧରି ମାନସର ସ୍ତ୍ରୀ ସହ ଅନୈତିକ ସଂପର୍କ ରଖିଆସୁଥିଲା । ୨ବର୍ଷ ପୂର୍ବରୁ ଚିନୁ ମାନସଙ୍କ ସ୍ତ୍ରୀକୁ ତାଙ୍କ ଘରେ ପଶି ବାରମ୍ବାର ଦୁଷ୍କର୍ମ କରୁଥିଲେ ବୋଲି ମାନସ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ କେନ୍ଦ୍ରକରି ଚିନୁକୁ ପୂର୍ବରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରେ କିଛି ସ୍ଥାନୀୟ ଭଦ୍ରଲୋକଙ୍କ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । କିଛିଦିନ ପରେ ଚିନୁ ପୁନର୍ବାର ମାନସଙ୍କ ସ୍ତ୍ରୀ ସହ ସଂପର୍କ ରଖିଥିଲେ ବୋଲି ଶୁଣିବାକୁ ମିଳିଥିଲା ।  ଏପରିକି ଚିନୁ ମାନସଙ୍କ ସ୍ତ୍ରୀର କିଛି ଅଶ୍ଳିଳ ଫଟୋକୁ ରଖି ବ୍ଲାକ୍‌ମେଲିଂ କରୁଥିବା କଥା ମାନସଙ୍କ ପରିବାର ପକ୍ଷରୁ କୁହାଯାଉଥିବା ବେଳେ ଚିନୁ ସହ ସଂପର୍କ ରଖି ମାନସର ସ୍ତ୍ରୀ ୪ଲକ୍ଷ ଟଙ୍କା ନେଇ ଯାଇଥିବାରୁ ଉକ୍ତ ଅର୍ଥକୁ ମାଗିବାରୁ ମାନସ କ୍ରୋଧାନ୍ୱିତ ହୋଇ ହତ୍ୟା କରିଛି ବୋଲି ଚିନୁର ପରିବାର ପକ୍ଷରୁ କୁହାଯାଇଛି ।

ତେବେ ମାନସ ଯାଜପୁରରୋଡରେ କାର୍ଯ୍ୟରେ ଥିବାବେଳେ ଚିନୁ ମାନସଙ୍କ ଘରେ ପଶି ଅଭଦ୍ରୋଚିତ ବ୍ୟବହାର କରିବାରୁ ଘରେ ଥିବା ମାନସର ମାମୁଁ ଏହାକୁ ବିରୋଧ କରିଥିଲେ । ଫଳରେ ଚିନୁ ମାନସର ମାମୁଁକୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲା । ଏହି ଘଟଣାକୁ ନେଇ ମାନସ ଯାଜପୁରରୋଡରୁ ଆସି ସିଧା ସାନବଜାରସ୍ଥିତ ଚିନୁ ଘରେ ପହଂଚି ଏକ ଧାରୁଆ ଅସ୍ତ୍ର ଯୋଗେ ତାକୁ  ହତ୍ୟା କରିଥିଲା । ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣା ଯାଜପୁରସହରରେ ଚାଂଚଲ୍ୟ ସୃଷ୍ଟି କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.