ଆଜି ବସିବ ରଥଯାତ୍ରା ସମନ୍ୱୟ କମିଟି ବୈଠକ: ଶୃଙ୍ଖଳିତ ନୀତି ସହ ବିଭିନ୍ନ ବିଭାଗ ଉପରେ ହେବ ଆଲୋଚନା

ଆସନ୍ତା ରଥଯାତ୍ରା ପାଇଁ ପୁରୀରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ପ୍ରସ୍ତୁତି ଓ ସମୀକ୍ଷା ବୈଠକ l ପୂର୍ବାହ୍ନ ୧୧ ଟାରେ ଆରମ୍ଭ ହେବ ବୈଠକ । ବିଶେଷ କରି ରଥନିର୍ମାଣ ପ୍ରସ୍ତୁତି, ରଥକାଠ ଯୋଗାଣ ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଆଇନଶୃଙ୍ଖଳା ବ୍ୟବସ୍ଥା, ଖାଦ୍ୟଯୋଗାଣ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରାଯିବ l

ପୁରୀ (କେନ୍ୟୁଜ): ଆସନ୍ତା ରଥଯାତ୍ରା ପାଇଁ ପୁରୀରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ।  ପୂର୍ବାହ୍ନ ୧୧ ଟାରେ ଆରମ୍ଭ ହେବ ବୈଠକ । ପୁରୀ ଟାଉନ ହଲ୍ ପରିସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରାଯିବ ।  ବିଶେଷ କରି ରଥନିର୍ମାଣ ପ୍ରସ୍ତୁତି, ରଥକାଠ ଯୋଗାଣ ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଆଇନଶୃଙ୍ଖଳା ବ୍ୟବସ୍ଥା, ଖାଦ୍ୟଯୋଗାଣ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରାଯିବ ।  ଚଳିତବର୍ଷ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ତା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ ।

ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ରହି ସେମାନଙ୍କ ବିଭାଗର ପ୍ରସ୍ତୁତି ନେଇ ତଥ୍ୟ ରଖିବେ । ଏହି ବୈଠକରେ ସେବାୟତ ପ୍ରତିନିଧି, ସହରର ବୁଦ୍ଧିଜୀବୀ, ରଥଯାତ୍ରାରେ ସମ୍ପୃକ୍ତ ଅନୁଷ୍ଠାନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଆଲୋଚନାରେ ଭାଗନେବେ । ଏହା ସହିତ ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.