Below header

ସୁନା ଦର ଆକାଶଛୁଆଁ; ଏବେ କିଣିବାକୁ ପ୍ଲାନିଂ କରୁଥିଲେ ରହି ଯାଆନ୍ତୁ

୭୪ ହଜାର ଟଙ୍କା ପାର କରିସାରିଛି ୨୪ କ୍ୟାରେଟ ସୁନା ବା ଖାଣ୍ଟି ସୁନା । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୩୫୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୮ ହଜାର ୧୬୦ଟଙ୍କା । ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୮,୧୬୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୪ ହଜାର ୭୫୦ ହୋଇଛି ।

ସର୍ବକାଳୀନ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ୭୪ ହଜାର ଟଙ୍କା ପାର କରିସାରିଛି ୨୪ କ୍ୟାରେଟ ସୁନା ବା ଖାଣ୍ଟି ସୁନା । ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୩୫୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୮ ହଜାର ୧୬୦ଟଙ୍କା । ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୮,୧୬୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୪ ହଜାର ୭୫୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୮,୧୬୦ ଟଙ୍କା ଓ ୭୪,୩୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୮,୩୧୦ ଟଙ୍କା ଓ ୭୪,୫୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୮,୯୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୫,୧୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୮,୧୬୦ ଟଙ୍କା ଓ ୭୪,୩୫୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୮୬ ହଜାର ୪୦୦ ଟଙ୍କା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.